ଭୁବନେଶ୍ବର ସ୍ମାର୍ଟ ସିଟି ହାର୍ଟ ଉପରେ ଜାଗା କିଣିବେ କି? ବିଡିଏ ଦେଉଛି ସୁବର୍ଣ୍ଣ ସୁଯୋଗ

ଭୁବନେଶ୍ବର(କେନ୍ୟୁଜ୍):  ଭୁବନେଶ୍ବରରେ ଜାଗା ଟିଏ କିଣିବାକୁ ଆଶୟୀ ଥିଲେ ବିଡିଏ ଦେଉଛି ସୁବର୍ଣ୍ଣ ସୁଯୋଗ। ରାଜଧାନୀର ହାର୍ଟ ଉପରେ ଘରଟିଏ କରିବାକୁ ଚାହୁଁଛନ୍ତି  କି? ତେବେ ବିଡିଏ ଆପଣଙ୍କୁ ସହାଯ୍ୟ କରିବ।  ଇ-ନିଲାମ ମାଧ୍ୟମରେ ଭୁବନେଶ୍ୱର ବିକାଶ ପ୍ରାଧିକରଣ (ବିଡିଏ) ସହରର ସହିଦ ନାଗର ଏବଂ ଘାଟିଆ ଅଞ୍ଚଳରେ ୨୦ଟି ବିକଶିତ ଆବାସିକ ପ୍ଲଟ ବିକ୍ରି କରିବାକୁ ପ୍ରସ୍ତାବ ଦେଇଛି।

ନଭେମ୍ବର ୩୦ (ସକାଳ ୧୧) ରେ ଅନଲାଇନ୍ ନିଲାମ ହେବାର କାର୍ଯ୍ୟକ୍ରମ ରହିଛି। ଅନଲାଇନ୍ ଆବେଦନ ଦାଖଲ କରିବାର ଶେଷ ତାରିଖ ହେଉଛି ନଭେମ୍ବର ୩ (ରାତି ୧୧.୫୯)।  ଜାଗା ବିକ୍ରିରଅଧିକ ବିବରଣୀ BDA ର ୱେବସାଇଟ୍ www.bda.gov.in ରେ ଉପଲବ୍ଧ ଅଛି । ପ୍ଲଟ୍ ଆବଣ୍ଟନ ପାଇଁ ଇ-ନିଲାମରେ ଭାଗ ନେବାକୁ ଆଗ୍ରହୀ ଆବେଦନକାରୀମାନେ ନଭେମ୍ବର ୩ ସୁଦ୍ଧା EMD ରିମିଟ୍ କରି ଆବଶ୍ୟକ ବିବରଣୀ ସହିତ  ଅନଲାଇନରେ ଆବେଦନ ଫର୍ମ ଦାଖଲ କରିପାରିବେ । ଏନେଇ ବିଡିଓ  ଟ୍ବିଟ କରି  ଏହି ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.