Below header

ଦୀର୍ଘ ତିନି ବର୍ଷ ହେଲା ଶିକୁଳିରେ ବିତୁଛି ବ୍ରହ୍ମାନନ୍ଦଙ୍କ ଜୀବନ: ଚିକିତ୍ସା ପାଇଁ ନାହିଁ ଅର୍ଥ, ପର ଘରେ ବାସନ ମାଜି ପରିବାର ଚଳାଉଛନ୍ତି ସ୍ତ୍ରୀ

ଉମରକୋଟ : ଦଇବ ଦଉଡି ମଣିଷ ଗାଈ ଯେଣିକି ଟାଣଇ ତେଣିକି ଯାଇ। ସତରେ ସମୟ ଆଉ ପରିସ୍ଥିତି ମଣିଷକୁ କେତେବେଳେ କେଉଁ ମୋଡରେ ଅଆଣି ଛିଡାକରିଦେବ ତାହା କେହି ଜାଣିନଥାଏ । ଏମିତି ଏକ ଅଭାବନୀୟ କାହାଣୀ ସାମ୍ନାକୁ ଆସିଛି ଉମରକୋଟ ମ୍ୟୁନିସିପାଲଟି ଅଧୀନ କେନାଲ ସାହିରୁ। ଦୀର୍ଘ ତିନି ବର୍ଷ ହେଲା ଶିକୁଳିରେ ବିତୁଛି ଏହି ବ୍ଯକ୍ତିଙ୍କ ଜୀବନ ।

ସୂଚନା ଅନୁଯାୟୀ ବ୍ରହ୍ମାନନ୍ଦ ବାଲା ୧୩ ବର୍ଷ ହେଲା ଜାମରୁଣ୍ଡା ଗ୍ରାମରୁ ଆସି ଉମରକୋଟ ଅଞ୍ଚଳରେ ଏକ ଘର କରି ରହିଆସୁଛନ୍ତି। ଉମରକୋଟ ଆସିବା ପରେ ଦୋକାନରେ କାମ କରି ପରିବାର ପୋଷୁଥିଲେ ବ୍ରହ୍ମାନନ୍ଦ । ଅଭାବ ଲାଗିରହି ଥିବାରୁ କିଛି ଟଙ୍କା ହାତ ଉଧାର ଆଣି ନିଜ ପାଇଁ ଗୋଟିଏ ମୋବାଇଏ କିଣିବା ସହ ଏକ ଦୋକାନ କରି ନିଜ ପରିବାର ଚଳାଉଥିଲେ । ଦୁଖେ ସୁଖେ କିଛି ଦିନ ସଂସାର ଠିକ ଠାକ୍ ଚାଲି ଥିଲା।

କିନ୍ତୁ ପରବର୍ତ୍ତୀ ସମୟରେ ସେ ହଠାତ ଅସୁସ୍ଥ ହୋଇ ପଡିଥିଲେ । ଏହା ପରେ ତାଙ୍କ ସ୍ତ୍ରୀ ରଞ୍ଜିତା ବାଲା ସ୍ବାମୀ ଙ୍କୁ ନେଇ ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ବ୍ରହ୍ମାନନ୍ଦ ପାଗଳ ହୋଇଯାଇଥିବା କହି ଉନ୍ନତି ମାନର ଚିକିତ୍ସା ପାଇଁ ବାହାରକୁ ନେବାପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ଟଙ୍କା ନଥିବା କାରଣରୁ ସ୍ତ୍ରୀ ଓ ପୁଅ, ବ୍ରହ୍ମାନନ୍ଦଙ୍କୁ ଅନ୍ୟ କୌଣସି ଡାକ୍ତରଙ୍କ ପାଖକୁ ନେଇ ପାରିନଥିଲେ । ଯାହାଫଳରେ ନିଜ ଭାଗ୍ଯକୁ ଆଦରି ସେମିତି ଘରେ ଶିକୁଳିରେ ବାନ୍ଧି ରଖିଲେ । ଏହାପରେ ଘର ଚଳିବା ବହୁତ କଷ୍ଟ ସାବ୍ୟସ୍ତ ହୋଇପଡିଲା ଯାହା ଫଳରେ ପେଟକୁ ଦାନା ଆଉ ଦେହକୁ ବସ୍ତ୍ର ଖଣ୍ଡେ ପାଇଁ ରଞ୍ଜିତା ପର ଘରେ ବାସନ ମାଜି ପରିବାର ଚଳାଉଛନ୍ତି।

mad manଏହିପରି ଅବସ୍ଥା ରେ ପୁଅଟି ଜଣଙ୍କ ଗାଡ଼ିରେ ହେଲ ପର୍ କାମ କରୁଛି। ରଞ୍ଜିତା ଆଜି ପର୍ଯ୍ୟନ୍ତ ତାଙ୍କ ସ୍ବାମୀଙ୍କ ପାଇଁ କୌଣସି ସରକାରୀ ସହାୟତା ପାଇନଥିବା କଥା ଦୁଃଖର ସହ କହିଛନ୍ତି। ତାଙ୍କୁ ମାସିକ ଭତ୍ତା ଓ ତାଙ୍କ ସ୍ବାମୀଙ୍କ ଚିକିତ୍ସା ପାଇଁ କିଛି ସାହାଯ୍ୟ କରିଲେ ସେ ଉପକୃତ ହେବେ ବୋଲି ଆକୁଳ ନିବେଦନ କରିଛନ୍ତି। ରଞ୍ଜିତା ବାଲା ଙ୍କ ଦୁଃଖ ଜଣାଇବା ପାଇଁ ଆମେ ଉମରକୋଟ ତହସିଲଦାର ହିମାଞ୍ଚଳ ମାଝୀ ଙ୍କ ନିକଟରେ ପହଁଚିଥିଲୁ । ଶ୍ରୀ ମାଝୀ ଘଟଣା ଟିକୁ ପୁରା ଜାଣିବା ପରେ ବ୍ରହ୍ମାନନ୍ଦ ଙ୍କ ଉନ୍ନତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସହାୟତା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି। ତେବେ ଦେଖାଯାଉ ସରକାରଙ୍କ ସହାୟତା ପାଇ ବ୍ରହ୍ମାନନ୍ଦ ନୂତନ ଜୀବନ ପାଉଛନ୍ତି ନା ଏଭଳି ବନ୍ଦି ଜୀବନ ବିତାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.