Below header

ଟେକ୍ନୋଲୋଜି ଓ କ୍ରପ ଡାଇଭର୍ସିଫିକେସନ ବ୍ୟବହାର କରି ଓଡ଼ିଶା ଚାଷୀଙ୍କ ବଢୁଛି ଆୟ, ସୂଚନା ଦେଲେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର

କେନ୍ୟୁଜ୍(ବ୍ୟୁରୋ): ସାରା ଦେଶରେ ବଢ଼ୁଛି ଚାଷୀଙ୍କ ଆୟ । ଓଡ଼ିଶାରେ ଯେଉଁ ଚାଷୀ ଟେକ୍ନୋଲୋଜି ଏବଂ କ୍ରପ ଡାଇଭର୍ସିଫିକେସନ ବ୍ୟବହାର କରୁଛନ୍ତି, ସେମାନଙ୍କ ଆୟ ବଢ଼ଥିବା କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ବିଗତ ୮ ବର୍ଷ ମଧ୍ୟରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଓଡ଼ିଶାରେ ୨୪ ହଜାର ହେକ୍ଟର ଜମିରେ ପ୍ରାକୃତିକ ଚାଷ କରାଯାଉଛି । ଶସ୍ୟ ବିବିଧକରଣ ଆଜି ଦିନର ଆବଶ୍ୟକତା । ଡିଜିଟାଲ ଏଗ୍ରି ମିଶନ ଉପରେ କେନ୍ଦ୍ର କୃଷି ମନ୍ତ୍ରାଳୟ କାମ କରିବା ସହ ବିଭନ୍ନ ପ୍ରକାର ଆପ୍‌ ତିଆରି କରାଯାଉଛି ।

୨୦୨୩ ମସିହାକୁ UN ମିଲେଟ ବର୍ଷ ଘୋଷଣା କରିଛି । ଏପଟେ ଖାଲି ଧାନ ଚାଷ କଲେ ଓଡ଼ିଶାର ଚାଷୀଙ୍କ ଆୟ ୨ ଗୁଣା ହେବନି ବୋଲି ICAR ଡିଜି ତ୍ରିଲୋଚନ ମହାପାତ୍ର କହିଛନ୍ତି । ଏଥିଲାଗି ଚାଷରେ ବିବିଧକରଣ କରିବାକୁ ହେବ । ଚାଷରେ ବିବିଧକରଣ ପାଇଁ ଓଡ଼ିଶାରେ ପର୍ଯ୍ୟାପ୍ତ ସମ୍ଭାବନା ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.