ରାତି ଖାଇବା ଛାଡୁଛନ୍ତି କି ? ହୋଇପାରେ ହାର୍ଟ ଆଟାକ ଓ ଲିଭର ସମସ୍ୟା ସହ ଅନେକ ଗମ୍ଭୀର ରୋଗ

ବହୁତ ଲୋକ ଓଜନ କଣ୍ଟ୍ରୋଲ କରିବା ପାଇଁ ରାତିରେ ଖାଦ୍ୟ ଖାଇ ନଥାନ୍ତି । ଏହାଦ୍ୱାରା ଶରୀରରେ ଅନେକ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ରାତି ଖାଦ୍ୟ କେବେ ବି ଛାଡ଼ନ୍ତୁ ନାହିଁ । ରାତି ଖାଦ୍ୟ ନଖାଇବା ଦ୍ୱାରା ଶରୀରରେ ଅନେକ ପ୍ରକାର ରୋଗ ସୃଷ୍ଟି ହୋଇପାରେ । ଶରୀର ଦୁର୍ବଳ ହୋଇପାରେ । ତେଣୁ ରାତି ଭୋଜନ କରିବା ଅତି ଜରୁରୀ । ଆସନ୍ତୁ ଜାଣିବା ରାତି ଭୋଜନ ନ କଲେ କ’ଣ ସବୁ ହୋଇଥାଏ କ୍ଷତି ।

୧. ଶରୀରର ଏନର୍ଜି ଲେବଲରେ କମ୍‌ ଆସିଥାଏ :

ଅଧିକାଂଶ ସମୟରେ ଲୋକେ ନିଜର ଓଜନ କମ କରିବା ପାଇଁ ରାତି ଖାଦ୍ୟ ଛାଡି ଦେଇଥାନ୍ତି । ଏହାଦ୍ୱାରା ଶରୀର ଧିରେ ଧିରେ ଦୁର୍ବଳ ହୋଇଯାଇଥାଏ । ତେଣୁ ରାତି ଖାଦ୍ୟ କେବେ ବି କମ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ସହ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ ।

୨. ଶରୀରର ପୋଷଣ ତତ୍ତ୍ୱ ହୋଇଥାଏ କମ :

ଶରୀରକୁ ସ୍ଳିମ ରଖିବା ପାଇଁ ଓ ମୋଟାପଣ କମ କରିବା ପାଇଁ ଲୋକେ ଅଧିକାଂଶ ସମୟରେ ରାତି ଖାଦ୍ୟ ଛାଡି ଦେଇଥାନ୍ତି । ରାତି ଖାଦ୍ୟ ନଖାଇଲେ ଓଜନ ତ କମିଥାଏ ହେଲେ ଏଥିପାଇଁ ବହୁ ସମସ୍ୟା ସୃଷ୍ଟି ହୋଇଥାଏ । ଆପଣ କୁପୋଷଣର ଶିକାର ହୋଇପାରନ୍ତି ।

୩. ନିଦ ସମସ୍ୟା ସୃଷ୍ଟି ହୋଇଥାଏ :

ରାତିରେ ଡିନର ନ କରିବା ଦ୍ୱାରା ନିଦ ଠିକ ଆସି ନଥାଏ । କାରଣ ରାତି ବଢ଼ିଲେ ପେଟରେ ଖାଦ୍ୟ ନଥିବା କାରଣରୁ ଭୋକ ଲାଗିଥାଏ । ଫଳରେ ନିଦରେ ବାଧା ସୃଷ୍ଟି ହୋଇଥାଏ । ଠିକ ନିଦ ନହେବା ଯୋଗୁ ଏହାର ପ୍ରଭାବ ପୁରା ଶରୀର ଉପରେ ପଡ଼ିଥାଏ ।

୪. ପେଟ ଦରଜ ହୋଇଥାଏ :

ରାତିରେ ଖାଦ୍ୟ ନଖାଇବା ଦ୍ୱାରା ପେଟ ଦରଜ ସମସ୍ୟା ସୃଷ୍ଟ ହୋଇଥାଏ । ପେଟ ଦରଜ ସମସ୍ୟା ଦୂର କରିବା ପାଇଁ ଆପଣ ପ୍ରତିଦିନ ରାତି ଭୋଜନ ନିଅନ୍ତୁ । ଯଦି ଓଜନ କଣ୍ଟ୍ରୋଲ ପାଇଁ ଖାଉ ନାହାଁନ୍ତି ତେବେ ଖାଦ୍ୟରେ ଫାଇବରଯୁକ୍ତ ଖାଦ୍ୟ ଅଧିକ ନେଇ ପାରିବେ । ଫଳରେ ଖାଦ୍ୟ ହଜମ ବି ହୋଇଯିବ ଓ ଶୀଘ୍ର ଭୋକ ବି ଲାଗିବ ନାହିଁ । ଆପଣ ଖାଦ୍ୟରେ ଫୁଲକୋବି, ପତ୍ରକୋବି, ପାଳଙ୍ଗ, ବଥୁଆ ଭଳି ଜିନିଷ ସାମିଲ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.