ଯାଜପୁର: ହାଇଲେଭଲ କେନାଲରେ ଗାଧୋଇବା ବେଳେ ଅଘଟଣ, ପୁଣିରେ ବୁଡି ଯୁବକଙ୍କ ମୃତ୍ୟୁ

ଯାଜପୁର (କେନ୍ୟୁଜ): କେନାଲରେ ଗାଧୋଇବା ସମୟରେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଧାନମଣ୍ଡଳସ୍ଥିତ ଶାସନ ପୁରୁଷୋତ୍ତମପୁର ନିକଟ ହାଇଲେଭଲ କେନାଲରେ। ସ୍ଥାନୀୟ ରାମଚନ୍ଦ୍ରପୁର ଗ୍ରାମର ଚତୁରା ଦେହୁରୀ ଜଗତପୁର ଠାରୁ ଜେନାପୁର ଯାଇଥିବା ହାଇଲେବଲ କେନାଲର ଶାସନ ପୁରୁଷୋତ୍ତମପୁର ନିକଟରେ ଆଜି ଗାଧେଇଥିବା ବେଳେ କେନାଲରେ ବୁଡ଼ି ଯାଇ ଥିଲେ।

ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ କର୍ମଚାରୀମାନେ ବହୁ ସମୟ ଧରି ଖୋଜା ଖୋଜି କରିବା ପରେ ତାଙ୍କୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପଟେ ବଡ଼ଚଣା ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଘଟଣାର ଅଧିକ ତଦନ୍ତ ଚଳାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.