କେନ୍ଦ୍ର ମନ୍ତ୍ରୀଙ୍କ ସରକାରୀ କର୍ମଚାରୀଙ୍କୁ ମାଡ଼ ମାମଲା, ଆଗୁଆ ଜାମିନ ପାଇଁ ହାଇକୋର୍ଟ ଗଲେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ

ମୟୁରଭଞ୍ଜ(କେନ୍ୟୁଜ) : ଜିଲ୍ଲା ଯୋଜନା ଓ ନିରୀକ୍ଷଣ କାଯର୍ୟାଳୟର ଦୁଇ ଅଧିକାରୀଙ୍କୁ ମାଡ ମାରି ଅଡୁଆରେ ପଡିଥିବା କେନ୍ଦ୍ର ମନ୍ତ୍ରୀ ଇଂ ବିଶେଶ୍ବର ଟୁଡୁ ଅଗ୍ରୀମ ଜାମିନ୍ ପାଇଁ ଉଚ୍ଚ ନ୍ଯାୟଳୟର ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ତଦନ୍ତକୁ ତ୍ୱରାନ୍ଵିତ କରିବା ପରେ ମନ୍ତ୍ରୀ ଅଗ୍ରୀମ ଜାମିନ୍ ପାଇଁ ଆବେଦନ କରିଛନ୍ତି ।
ଗତ ୨୧ ତାରିଖ ଦିନ କେନ୍ଦ୍ର ମନ୍ତ୍ରୀ ୨ ଅଧିକାରୀଙ୍କୁ ବାରିପଦା ତକତପୁର ସ୍ଥିତ ନିଜ କାଯର୍ୟାଳୟକୁ ଡାକି ମାଡ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ବାରିପଦା ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ସେହି ମାମଲାର ତଦନ୍ତ କରି ପୋଲିସ ଗତ ୩୧ ତାରିଖରେ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ତଦନ୍ତକୁ ତ୍ୱରାନ୍ଵିତ କରିଛି। ସାଇଣ୍ଟିଫିକ୍ ଟିମ୍ ସହାୟରେ ତଦନ୍ତ କରିଛି ପୋଲିସ। ଆଜି କେନ୍ଦ୍ରମନ୍ତ୍ରୀଙ୍କ ପକ୍ଷରୁ ଉଚ୍ଚ ନ୍ଯାୟଳୟରେ ଅଗ୍ରୀମ ଜାମିନ୍ ଆବେଦନ କରାଯାଇଛି।
ଜାମିନ ଆବେଦନ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡୀ। ମନ୍ତ୍ରୀ ଭୁଲ ନ କରିଥିଲେ ଜାମିନ ଆବେଦନ କାହିଁକି କରିଥାନ୍ତେ ବୋଲି ପ୍ରଶ୍ନ କରିଛନ୍ତି ରାଜସ୍ୱ ମନ୍ତ୍ରୀ । ମନ୍ତ୍ରୀଙ୍କ ଦୋଷର ତଦନ୍ତ ପୋଲିସ ସଠିକ ଭାବେ କରୁଥିବାରୁ କେନ୍ଦ୍ରମନ୍ତ୍ରୀ ଜାମିନ୍ ଆବେଦନ କରିଛନ୍ତି ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ମାମଲାରେ ସତ୍ୟାସତ୍ଯ ରହିଛି ବୋଲି କହିଛ ମନ୍ତ୍ରୀ ସୁଦାମ ମାର୍ଣ୍ଡୀ ।