Below header

ଘୋଷଣା ହେଲା ସ୍କୁଲ ଖୋଲିବା ସମୟ,ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଭୁବନେଶ୍ୱର(କେନ୍ୟୁଜ) : ଓଡିଶା ସରକାର ସ୍କୁଲ ଖୋଲିବା ନେଇ ଘୋଷଣା କରିବା ପରେ ଆଜି ସ୍କୁଲ ଓ ଗଣ ଶିକ୍ଷା ବିଭାଗ ବିଭିନ୍ନ ଶ୍ରେଣୀ ପାଇଁ ସ୍କୁଲ ଖୋଲିବା ସମୟ ନିର୍ଦ୍ଧାରଣ କରିଛନ୍ତି । ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ସ୍କୁଲର ନବମରୁ ଦ୍ୱାଦଶ ଶ୍ରେଣୀ ଯାଏ କ୍ଲାସ ସମୟ ସକାଳ ୧୦ ରୁ ଅପରାହ୍ଣ ୪ ଟା ଯାଏ ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ସେହିପରି ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏ କ୍ଲାସ ସମୟ ସକାଳ ୯ଟା ରୁ ମଧ୍ୟାହ୍ନ ୧ ଟା ଯାଏ ରହିବ । ମଧ୍ୟାହ୍ନ ଭୋଜନରେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କେବଳ ଶୁଖିଲା ଖାଦ୍ୟ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

କ୍ଲାସ ୮ମ ରୁ ଉପରୋକ୍ତ ଶ୍ରେଣୀ ଯାଏ ସମସ୍ତ କ୍ଲାସ ଫେବ୍ରୁଆରୀ ୭ ରୁ ଖୋଲୁଥିବା ବେଳେ କେଜି ଠାରୁ ୭ମ ଶ୍ରେଣୀ ଯାଏ ସମସ୍ତ କ୍ଲାସ ଫେବ୍ରୁଆରୀ ୧୪ ରୁ ଖୋଲିବ ବୋଲି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗତକାଲି ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.