ଫେସବୁକ ମେସେଞ୍ଜରର ସ୍କ୍ରୀନସଟ୍‌ ନେବାଭଳି ଭୁଲ କରନ୍ତୁନାହିଁ, ଜୁକରବର୍ଗ ଦେଲେ ଚେତାବନୀ

ମେସେଞ୍ଜର ଉପଭୋକ୍ତାଙ୍କୁ ଚେତାବନୀ। ଏବେ ଆଉ ନେଇପାରିବେନି ଚାଟ୍ ର ସ୍କ୍ରିନସଟ। କାହିଁକିନା ଚାଟର ସ୍କ୍ରୀନସଟକୁ ନେଇ ବିଷୟରେ ଆପଣଙ୍କୁ ଚେତାବନୀ ଦେଇଛନ୍ତି ମେଟାର ସିଇଓ ମାର୍କ ଜୁକରବର୍ଗ। କାରଣ ଯଦି ଆପଣ ଏଭଳି କରନ୍ତି ତାହେଲେ ଫେସବୁକ୍ ଆପଣଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନ୍ୟ ଜଣଙ୍କୁ ଜଣାଇଦେଇଥାଏ। ଏଥିପାଇଁ ଜୁକରବର୍ଗ ଚାଟ୍ଗୁଡ଼ିକର ସ୍କ୍ରିନସଟ ନେଉଥିବା ବ୍ୟବହାରକାରୀଙ୍କୁ ସୂଚିତ କରିଛନ୍ତି।

ନୂୂଆ ଅପଡେଟ “ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ହୋଇଥିବା ମେସେଞ୍ଜର ଚାଟର ଯଦି କିଏ ସ୍କ୍ରୀନସଟ୍‌ ନିଅନ୍ତି ତାହେଲେ ଆପଣଙ୍କୁ ଏକ ନୋଟିଫିକେସନ୍‌ ଆସିବ। ଯେ କେହି ଆପଣଙ୍କ ଚାଟର ସ୍କ୍ରୀନସଟ୍‌ ନେଉଛନ୍ତି। ଏହାକୁ ଜୁକରବର୍ଗ ଖାସ କରି ୟୁଜର୍ସଙ୍କୁ ଜଣାଇଛନ୍ତି।

ଲୋକମାନଙ୍କୁ ଏହା ବିଷୟରେ ଅବଗତ କରାଇ ମାର୍କ ଜୁଗରବର୍ଗ ସଚେତନ କରାଇଛନ୍ତି ସଚେତନ ରହିବାକୁ। ମାର୍କଜୁକରବର୍ଗ ଏହି କଥାର ଉଦାହରଣ ଦେଇ କହିଛନ୍ତି ତାଙ୍କର ଜଣେ ଦୀର୍ଘ ଦିନର ସାଥି ତାଙ୍କୁ ତାଙ୍କର ହିଁ ମେସେଜ୍‌ ସ୍କ୍ରୀନସଟ୍‌ ନେଇ ପଠାଇବାକୁ ଚାହିଁଲେ ଯେଉଁ ମେସେଜ ସେ ତାଙ୍କୁ ଦେଇଥିଲେ। ଏହା ଦେଖୁଥିଲେ ଯେ ମେସେଜ୍‌ ମିସିଙ୍ଗ ଫିଚର କାମ କରୁଛି କି ନାହିଁ। କିନ୍ତୁ ଏହି ସମୟରେ ତାଙ୍କୁ ଏକ ଆଲର୍ଟ ନୋଟିଫିକେସନ ଆସିଲା

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.