କଲେଜ ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ତାଳଚେର(କେନ୍ୟୁଜ) : ତାଳଚେର କଲେଜ ପରିସରରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ଖମାର ଥାନା ବେଠିଆ ଗ୍ରାମର ରାଜେନ୍ଦ୍ର ପ୍ରଧାନ । ସେ ତାଳଚେର ଅଞ୍ଚଳରେ ଜେସିବି ଅପରେଟର ଭାବେ କାର୍ଯ୍ଯ କରୁଥିଲେ ।

କଲେଜ କ୍ଯାମ୍ପସ ମଧ୍ୟରେ ଥିବା ଏକ ଗଛରେ ତାଙ୍କ ଝୁଲନ୍ତା ମୃତ ଦେହକୁ ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ । ରାଜେନ୍ଦ୍ରଙ୍କୁ କେହି ମାରିଦେଇ ଗଛରେ ଝୁଲାଇ ଦେଇଥିବା ପରିବାର ପକ୍ଷରୁ ତାଳଚେର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.