Below header

ଭୁବନେଶ୍ୱରରେ ଜି-୨୦ ସମ୍ମିଳନୀ : ଉଦଘାଟନ କଲେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ; ସାମିଲ୍ ହେବେ ବିଭିନ୍ନ ଦେଶର ପ୍ରତିନିଧି

ଜି-୨୦ ସମ୍ମିଳନୀ ସେମିନାରରେ ଫ୍ୟୁଚର୍‌ ଅଫ୍‌ ୱାର୍କ କ୍ଷେତ୍ରରେ ଜୀବନବ୍ୟାପୀ ଶିକ୍ଷା ଲାଗି ଦକ୍ଷତା ବିକାଶ ବିଷୟ ଉପରେ ଆଲୋଚନା ହୋଇଛି । G-20 ଦେଶ ଗୁଡ଼ିକର ପ୍ରତିନିଧିମାନେ ଏହି ପ୍ରସଙ୍ଗ ଉପରେ ମତାମତ ରଖିବାର କାର୍ଯ୍ୟକ୍ରମ ରହିଛି।

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରରେ ଜି-20 ଶିକ୍ଷା ୱାର୍କିଂ ଗ୍ରୁପର କର୍ମଶାଳା ଆରମ୍ଭ । କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ସୁବାଷ ସରକାର କର୍ମଶାଳାକୁ ଉଦଘାଟନ କରିଛନ୍ତି । ଭୁବନେଶ୍ୱର ସିଏସଆଇଆର-ଆଇଆଇଏମଟିରେ ବିଭିନ୍ନ ଦେଶର ପ୍ରତିନିଧି ଯୋଗ ଦେଇଛନ୍ତି । ଏହି ସେମିନାରରେ ଫ୍ୟୁଚର୍‌ ଅଫ୍‌ ୱାର୍କ କ୍ଷେତ୍ରରେ ଜୀବନବ୍ୟାପୀ ଶିକ୍ଷା ଲାଗି ଦକ୍ଷତା ବିକାଶ ବିଷୟ ଉପରେ ଆଲୋଚନା ହୋଇଛି । G-20 ଦେଶ ଗୁଡ଼ିକର ପ୍ରତିନିଧିମାନେ ଏହି ପ୍ରସଙ୍ଗ ଉପରେ ମତାମତ ରଖିବାର କାର୍ଯ୍ୟକ୍ରମ ରହିଛି।

ତିନିଦିନ ବ୍ୟାପୀ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨୭ ରାଷ୍ଟ୍ରର ୬୩ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଆଲୋଚନା ଚକ୍ର ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ବୈଠକରେ ବିସ୍ତୃତ ଆଲୋଚନା ପାଇଁ ବିଭିନ୍ନ ସୁଯୋଗ ସୃ୍ଷ୍ଟି କରିବ । ଏହି ଅବସରରେ ୩ଟି ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହେବ । ପ୍ରଥମ ଅଧିବେଶନରେ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କୀତ ଶ୍ରମ ବଜାର ଓ ଦକ୍ଷତା ବିକାଶ ନେଇ ଶିକ୍ଷାନୁଷ୍ଠାନକୁ ପ୍ରସ୍ତୁତ କରାଇବା ଉପରେ ଗୁରୁତ୍ୱ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.