ରାଜ୍ୟରେ ୫୦୦ ଉପରେ ପଜିଟିଭ୍ କେସ୍, ଗତ ୨୪ ଘଣ୍ଟାରେ ୫୪୨ ଆକ୍ରାନ୍ତ ଚିହ୍ନଟ
ଓଡ଼ିଶାରେ ପୁଣି ବଢିଲା କରୋନା ସଂକ୍ରମଣ । ଦିନକରେ ୫୦୦ ଉପରେ ରହିଛି ପଜିଟିଭ୍ କେସ୍। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୪୨ ଆକ୍ରାନ୍ତ ।
ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ପୁଣି ବଢିଲା କରୋନା ସଂକ୍ରମଣ । ଦିନକରେ ୫୦୦ ଉପରେ ରହିଛି ପଜିଟିଭ୍ କେସ୍। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୪୨ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୩୯୩ । ଏହି ସମୟରେ ମୋଟ୍ ୭ହଜାର ୫୭୧ କୋଭିଡ୍ ଟେଷ୍ଟ ହୋଇଛି । ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍ । ସୁସ୍ଥ ହୋଇଛନ୍ତି ୩୫୭ ଆକ୍ରାନ୍ତ । ଏବେ ରାଜ୍ୟରେ ଆକ୍ଟିଭ୍ କେସ୍ ସଂଖ୍ୟା ୩ ହଜାର ୨୭୦କୁ ବୃଦ୍ଧି ହୋଇଛି ।