ପୁଣି ଫାଟିଲା ସ୍ମାର୍ଟଫୋନ, ଚାଲିଗଲା ୮ ବର୍ଷ ଶିଶୁ କନ୍ୟାର ଜୀବନ

କମ୍ବଳ ତଳେ ଫାଟିଲା ଫୋନ । ଆଉ ଗେମ୍‌ ଖେଳୁଥିବା ବେଳେ ଚାଲିଗଲା ୮ ବର୍ଷ ଶିଶୁ କନ୍ୟାର ଜୀବନ । କେରଳର ତ୍ରିସୁରରେ ଘଟିଛି ଏମିତି ଘଟଣା ।

ସ୍ମାର୍ଟଫୋନ ଆଜିକାଲିକା ପିଲାଙ୍କର ପ୍ରଥମ ପସନ୍ଦ ପାଲଟିଛି। ୟୁଟ୍ୟୁବ ଏବଂ କାର୍ଟୁନ ଦେଖିବାକୁ ପିଲା ଫୋନର ବ୍ୟବହାର କରୁଛନ୍ତି । କିନ୍ତୁ ବେଳେ ବେଳେ ଏହି ସ୍ମାର୍ଟଫୋନ ଯୋଗୁଁ ପିଲାଙ୍କ ଜୀବନ ଚାଲିଯାଉଛି । ଆଉ ଏହି ସ୍ମାର୍ଟଫୋନ ଯୋଗୁଁ କେରଳର ତ୍ରିସୁରରେ ଜଣେ ପିଲାର ଜୀବନ ଚାଲିଯାଇଛି । ଶିଶୁ ବୟସ ମାତ୍ର ୮ ବର୍ଷ ରହିଥିବା ବେଳେ ତୃତୀୟ ଶ୍ରେଣୀରେ ପିଲାଟି ପଢୁଥିଲା । ପିଲାଟିର ନାମ ଆଦିତ୍ୟଶ୍ରୀ । ରେଡମୀ ନୋଟ୍‌ ୫ ପ୍ରୋ ଫୋନ ଫାଟି ଏଭଳି ଦୁର୍ଘଟଣା ଘଟିଛି ।

ଏଭଳି ଘଟଣାସୋମବାର ବିଳମ୍ବିତ ରାତିରେ ଘଟିଥିଲା। ଶିଶୁ ଜଣକ ଦୀର୍ଘ ସମୟ ଧରି ମୋବାଇଲକୁ ଚାର୍ଜରେ ବସାଇ ଗେମ ଖେଳୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିବା କୁହାଯାଉଛି । ଗୁରୁତର ଅବସ୍ଥାରେ ଶିଶୁଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଝିଅର ମୃତ୍ୟୁ ଖବର ଶୁଣି ପରିବାର ଲୋକ ଭାଙ୍ଗିପଡିଛନ୍ତି ।

ଏଭଳି ଘଟଣାରେ ଆଦିତ୍ୟଶ୍ରୀର ମୁହଁରେ ଗଭୀର ଆଘାତ ଲାଗିଥିଲା । ଏହାଛଡା ଡାହାଣ ହାତର ଅଙ୍ଗୁଠି ମଧ୍ୟ କଟି ଯାଇଥିବା ବେଳେ ହାତ ଭାଙ୍ଗି ଯାଇଥିଲା । ମୃତ ଶିଶୁଙ୍କ ବାପାଙ୍କ କହିବାନୁଯାୟୀ, ଘଟଣା ସମୟରେ ପିଲାଟି ପାଖରେ ଘରେ ଜେଜେ ମା’ ରହିଥିଲେ । ପିଲାଟି ଘରେ କମ୍ବଳ ତଳେ ଶୋଇ ରହି ମୋବାଇଲରେ ଗେମ୍‌ ଖେଳୁଥିଲା । ଆଉ ଜେଜେ ମା’ ରୋଷେଇ ଘରକୁ ଖାଇବାକୁ ଆଣିବା ଯିବା ବେଳେ ଏଭଳି ମୋବାଇଲ ବିସ୍ଫୋରଣ ହୋଇଥିଲା ।

ଯେଉଁ ଫୋନରେ ଏହି ବିସ୍ଫୋରଣ ହୋଇ ଆଦିତ୍ୟଶ୍ରୀଙ୍କ ମୃତ୍ୟୁ ହୋଇଛି, ସେହି ଫୋନଟି ତିନିବର୍ଷ ପୂର୍ବରୁ କିଣାଯାଇଥିଲା। ଏଥିସହିତ ଗତବର୍ଷ ଏହାର ବ୍ୟାଟେରୀ ବଦଳା ଯାଇଥିବା ମୃତ ଆଦିତ୍ୟଶ୍ରୀଙ୍କ ବାପା କହିଛନ୍ତି। ତେବେ ମୋବାଇଲ ଫୋନ କେଉଁ କାରଣ ଯୋଗୁଁ ଫାଟିଲା ତାହା ପୋଲିସ ଯାଞ୍ଚ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.