Below header

ଅଜବ ଘଟଣା : ବୃଦ୍ଧାଙ୍କ ମୃତ୍ୟୁ ପରେ କାହିଁକି ମାଙ୍କଡ଼ଟି ନଖାଇ ନପିଇ ବସି ରହିଲା ?

ଏଇ ଫଟୋରେ ଥିବା ମାଙ୍କଡ଼ଟି ବିଷୟରେ ଛୋଟିଆ କଥାଟିଏ । ଯାଜପୁର ଆଙ୍କୁଲା ଅଞ୍ଚଳର ଘଟଣା ।

ବେଳେ ବେଳେ ଏ ଦୁନିଆରେ ଅନେକ ଅଜବ କଥା ଘଟେ । ତା ଭିତରୁ ଇଏ ଗୋଟିଏ । ଏଇ ଫଟୋରେ ଥିବା ମାଙ୍କଡ଼ଟି ବିଷୟରେ ଛୋଟିଆ କଥାଟିଏ । ଯାଜପୁର ଆଙ୍କୁଲା ଅଞ୍ଚଳର ଘଟଣା । ସେଠାକାର ଜଣେ ବୟୋବୃଦ୍ଧ ମହିଳାଙ୍କର ପରଲୋକ ହୋଇଗଲା । ତାଙ୍କର ଚତୁର୍ଥ ଦିନରେ ଅଚାନକ ଏହି ମାଙ୍କଡ଼ଟି ଦେଖା ଦେଲା ଠିକ୍‌ ଗର ସାମନାରେ । ଘର ସାମନାରେ ଥିବା ଇଟା ଗଦା ଉପରେ ବସି ଘର ଆଡ଼କୁ ଚାହିଁ ରହିଲା ।

ପ୍ରଥମେ ମୃତକଙ୍କ ପରିବାର ଲୋକେ ତାକୁ କେହି ଧ୍ୟାନ ଦେଇନଥିଲେ । ତେବେ ଏକାଟିଆ ମାଙ୍କଡ଼ଟି ସେମିତି ସେଠାରେ ବସି ରହି ଘର ଆଡ଼କୁ ଅନାଇଥାଏ । ତାପରେ ସମସ୍ତଙ୍କ ନଜର ଗଲା କାହିଁକି ମାଙ୍କଡ଼ଟି ଏମିତି ବସି ଘର ଆଡ଼କୁ ଚାହିଁ ରହିଛି ? ଅନେକ ପ୍ରଶ୍ନ ଉଠିଲା । ଲୋକେ ଆଲୋଚନା କଲେ । ତା ପରେ ସମସ୍ତଙ୍କ ପୂରା ଧ୍ୟାନ ଗଲା ମାଙ୍କଡ଼ଟି ଆଡ଼କୁ ।

ଦେଖାଗଲା କି ମାଙ୍କଡ଼ଟି ଚତୁର୍ଥ ଦିନ ସାରା ପୂରା ବସି ରହିଲା । କିଛି ବି ଖାଇଲା ନାହିଁ । ତା ପରଦିନ ସକାଳେ ଦେଖିଲା ବେଳକୁ ମାଙ୍କଡ଼ଟି ସେମିତି ବସିଥିଲା । ପଞ୍ଚମ ଦିନ ସାରା ମଧ୍ୟ ନଖାଇ ନପିଇ ବସିଥିଲା । ଦିନ ଗଡ଼ିଗଲା ପରେ ବି ସେମିତି ଇଟା ଗଦା ଉପରେ ବସି ଘର ଆଡ଼କୁ ଓ ଏପଟ ସେପଟକୁ ଦେଖୁଥାଏ । ଆଉ ଷଷ୍ଠ ଦିନ ଯେତେବେଳେ ପରଲୋକଗତ ବୃଦ୍ଧାଙ୍କର କ୍ରିୟା ସରିଲା ତାପରେ ହଠାତ୍‌ କୁଆଡ଼େ ଉଭାନ୍‌ ହୋଇଗଲା ।

ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପରିବାର ଲୋକେ ତାଙ୍କ ମା’ଙ୍କ ମୃତ୍ୟୁ ସହ ମାଙ୍କଡ଼ ବସି ରହିବା କଥାକୁ ଯୋଡ଼ିଥିଲେ । ସେମାନେ କହୁଥିଲେ ବୋଧହୁଏ ମା ଏହି ରୂପରେ ଆସି ଦେଖୁଥିଲା କି ଆମେ ତାର ଶୁଦ୍ଧିକ୍ରିୟା ଠିକ୍‌ ଭାବେ କରୁଛୁ କି ନାହିଁ । କାମରେ ସନ୍ତୁଷ୍ଟ ହେବା ପରେ ପୁଣି ଚାଲିଗଲା । ତେବେ ମାଙ୍କଡ଼ଟି ଘର ଆଡ଼କୁ ଚାହିଁ ବସି ରହିବା ପଛରେ କି ରହସ୍ୟ ଥିଲା ତାକୁ ସ୍ପଷ୍ଟ କରି ପାରିବ ବା କିଏ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.