ସ୍ବର୍ଣ୍ଣ ପଦକ ବିଜେତା ହକି ତାରକା ଅମିତ ରୋହିଦାସ ଓ ବ୍ରୋଞ୍ଜ ପଦକ ବିଜେତା ଦୀପ ଗ୍ରେସ ଏକ୍କାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଅମିତଙ୍କୁ ଦେଢ କୋଟି ଟଙ୍କା ଓ ଦୀପ ଗ୍ରେସଙ୍କୁ ୫୦ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି। ଉଭୟ ଖେଳାଳି ଭାରତ ପକ୍ଷରୁ ପୁରୁଷ ଓ ମହିଳା ହକିରେ ପ୍ରତିନିଧିତ୍ବ କରିଛନ୍ତି।

କେନ୍ୟୁଜ୍(ବ୍ୟୁରୋ):  ଚୀନ ଏସୀୟ କ୍ରୀଡ଼ା ତାରକାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା। ସ୍ବର୍ଣ୍ଣ ପଦକ ବିଜେତା ହକି ତାରକା ଅମିତ ରୋହିଦାସ ଓ ବ୍ରୋଞ୍ଜ ପଦକ ବିଜେତା ଦୀପ ଗ୍ରେସ ଏକ୍କାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅମିତଙ୍କୁ ଦେଢ କୋଟି ଟଙ୍କା ଓ ଦୀପ ଗ୍ରେସଙ୍କୁ ୫୦ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି। ଉଭୟ ଖେଳାଳି ଭାରତ ପକ୍ଷରୁ ପୁରୁଷ ଓ ମହିଳା ହକିରେ ପ୍ରତିନିଧିତ୍ବ କରିଛନ୍ତି।

ଚୀନ ଏସୀୟ କ୍ରୀଡ଼ାରେ ପୁରୁଷ ହକି ଦଳ ସ୍ବର୍ଣ୍ଣ ପଦକ ବିଜେତା ହୋଇଥିବା ବେଳେ ମହିଳା ଟିମ୍ ବ୍ରୋଞ୍ଜ ପଦକ ଲାଭ କରିଛି। ଦୁଇ ଖେଳାଳିଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ରାଜ୍ଯକୁ ଗର୍ବିତ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନଙ୍କ ନିଷ୍ଠା, କଠିନ ପରିଶ୍ରମ ରାଜ୍ଯ ପାଇଁ ସମ୍ମାନ ଆଣିଦେଇଛି ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.