Below header

ରାୟଗଡାରେ ଅଜଣା ଜନ୍ତୁ ଆକ୍ରମଣ, ୩୦ ଛେଳି ମୃତ

ରାୟଗଡା ଜିଲ୍ଲା ଗୁଡାରି ବନାଞ୍ଚଳର ଗଞ୍ଜୁଗୁଡାରେ ଅଜଣା ଜନ୍ତୁ ଆତଙ୍କ । ଅଜଣା ଜନ୍ତୁ ଆକ୍ରମଣରେ ୩୦ଟି ଛେଳିର ମୃତ୍ୟୁ ହୋଇଛି। ଅଜଣା ଜନ୍ତୁ ଆକ୍ରମଣରେ ଛେଳି ଗୁଡିକ ମୃତ୍ୟ ଘଟିଥିବା ନେଇ ବନ ବିଭାଗ ସନ୍ଦେହ କରୁଥିବା ବେଳେ ସ୍ଥାନିୟ ସରପଞ୍ଚ ମମତା ମାଝି ବାଘ ଆକ୍ରମଣ କରିଥିବା ସୂଚନା ଦେଇଛନ୍ତି।

ରାୟଗଡା (କେନ୍ୟୁଜ): ରାୟଗଡା ଜିଲ୍ଲା ଗୁଡାରି ବନାଞ୍ଚଳର ଗଞ୍ଜୁଗୁଡାରେ ଅଜଣା ଜନ୍ତୁ ଆତଙ୍କ । ଅଜଣା ଜନ୍ତୁ ଆକ୍ରମଣରେ ୩୦ଟି ଛେଳିର ମୃତ୍ୟୁ ହୋଇଛି। ରାୟଗଡା, ଗଜପତି ଓ କନ୍ଧମାଳ ଜିଲ୍ଲାର ସୀମାନ୍ତ ଗାଁ ଗୁଡାରି ରେଞ୍ଜର ନୂଆଗଡ ପଞ୍ଚାୟତ ଗଞ୍ଜୁଗୁଡା ଗ୍ରାମ। ଏହି ଗ୍ରାମର ଛେଳି ଗୁଡିକୁ ଚରିବାକୁ ନେଇଥିବା ବେଳେ ବର୍ଷା ଯୋଗୁଁ ଫେରାଇ ଆଣି ପାରିନଥିଲେ।

ଅଜଣା ଜନ୍ତୁ ଆକ୍ରମଣରେ ଛେଳି ଗୁଡିକ ମୃତ୍ୟ ଘଟିଥିବା ନେଇ ବନ ବିଭାଗ ସନ୍ଦେହ କରୁଥିବା ବେଳେ ସ୍ଥାନିୟ ସରପଞ୍ଚ ମମତା ମାଝି ବାଘ ଆକ୍ରମଣ କରିଥିବା ସୂଚନା ଦେଇଛନ୍ତି। ଅଞ୍ଚଳରେ କଲରାପତରିଆ ବାଘ ବୁଲୁଛି ବୋଲି ଗ୍ରାମବାସୀ କହିଛନ୍ତି । ଘଟଣା ସ୍ଥଳରେ ବନ ବିଭାଗ ଅଧିକାରୀମାନେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ବାଘ ନା ଅନ୍ୟ କୈାଣସି ଜନ୍ତୁ ଆକ୍ରମଣରେ ଛେଳି ମୃତ୍ୟୁ ଘଟିଥିବା ନେଇ ବନ ବିଭାଗ ସିସି କ୍ୟାମେରା ଲଗାଇ ଅନୁଧ୍ୟାନ କରୁଥିବା ଗୁଡାରି ରେଞ୍ଜର ଫରେଷ୍ଟର ନରସିଂହ ଶତପଥୀ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.