ସାମ୍ନାକୁ ଆସିଲା ରୟାଲ ଏନଫିଲ୍ଡ ସଟଗନ୍‌ 650ର ଡିଟେଲ୍ସ,, ଷ୍ଟ୍ରିଟ୍‌ ବାଇକ୍‌ ଭାବେ ହେବ ଲଞ୍ଚ

ସଟଗନ୍‌ 650ର ଉଚ୍ଚତା ସୁପର ମିଟିୟରରୁ ୫୦ ମିମି ଅଧିକ । ସଟଗନ୍‌ 650କୁ ଏକ ଷ୍ଟ୍ରିଟ୍‌ ବାଇକ୍‌ ଭାବେ ଲଞ୍ଚ କରାଯିବ । ଆଶା କରାଯାଉଛି ସଟଗନ୍‌ 650 ସିଟର ଉଚ୍ଚତା ସୁପର ମିଟିୟରର ୭୪୦ ମିମି ସିଟରୁ ଅଧିକ ହେବ ।

ଅନେକ ଦିନ ଧରି ଚର୍ଚ୍ଚା ହେଉଛି ରୟାଲ ଏନଫିଲ୍ଡ ନିଜର ନୂଆ ସଟଗନ୍‌ 650 ଲଞ୍ଚ କରିବ । ନିକଟରେ ହୋଇଥିବା ସରକାରୀ ହୋମୋଲୋଜି ଡକ୍ୟୁମେଣ୍ଟ ଦ୍ୱାରା ଏହାର ଡାଇମେନସନର ଅନୁମାନ ଲଗାଯାଉଛି । ରୟାଲ ଏନଫିଲ୍ଡ ସଟଗନ୍‌ 650 ନୂଆ ସୁପର ମିଟିିୟର୍‌ ଭଳି ସମାନ ପ୍ଲାଟଫର୍ମରେ ଡିଜାଇନ୍‌ କରାଯାଇଛି । ଏକ ନୂଆ ହୋମୋଲୋଜି ଡକ୍ୟୁମେଣ୍ଟରୁ ଜଣାପଡ଼ିଛି ଯେ ସଟଗନ୍‌ 650 ସୁପର ମିଟିୟର୍ 650 ତୁଳନାରେ ୯୦ ମିମି ଛୋଟ ଏବଂ ୭୦ ମିମି କମ ଚଉଡା ହେବ । ଏହି ବାଇକର ହ୍ଵିଲ ବେସ୍‌ ମଧ୍ୟ ୧,୫୦୦ ମିମିରୁ ୩୫ ମିମି କମ ହୋଇ ୧୪୬୫ ମିମି ହୋଇଯାଇଛି ।

ସଟଗନ୍‌ 650ର ଉଚ୍ଚତା ସୁପର ମିଟିୟରରୁ ୫୦ ମିମି ଅଧିକ । ସଟଗନ୍‌ 650କୁ ଏକ ଷ୍ଟ୍ରିଟ୍‌ ବାଇକ୍‌ ଭାବେ ଲଞ୍ଚ କରାଯିବ । ଆଶା କରାଯାଉଛି ସଟଗନ୍‌ 650 ସିଟର ଉଚ୍ଚତା ସୁପର ମିଟିୟରର ୭୪୦ ମିମି ସିଟରୁ ଅଧିକ ହେବ ଏବଂ ଏଥିରେ ସୁପର ମିଟିୟର ତୁଳନାରେ ଅଧିକ କ୍ଷମତାର ରିୟର ସସପେନ୍ସନ ମିଳିବ ।

ନୂଆ ସଟଗନ୍‌ 650ରେ ସୁପର ମିଟିୟର ଭଳି ସମାନ ୬୪୮cc ପ୍ୟାରେଲାଲ ଟ୍ଵିନ୍‌ ଇଞ୍ଜିନ୍‌ ବ୍ୟବହାର କରିହେବ ଏବଂ ଏହା ସମାନ ଭାବେ ୪୭hp ପାଓ୍ଵାର ଜେନେରେଟ କରିବ । ଗିଅରିଂ ଏବଂ ଇଞ୍ଜିନ୍ ଟ୍ୟୁନିଂ ମଧ୍ୟ ସମାନ ହେବ ବୋଲି ଆଶା କରାଯାଉଛି ।

ରୟାଲ ଏନଫିଲ୍ଡ ଭାରତରେ ଖୁବଶୀଘ୍ର ଏହି ସଟଗନ୍‌ 650କୁ ଲଞ୍ଚ କରିପାରେ । ଲଞ୍ଚ ହେବା ପରେ ନୂଆ ରୟାଲ ଏନଫିଲ୍ଡ ସଟଗନ୍‌ 650 କାୱାସାକି ନିଞ୍ଜା 650, କାୱାସାକି Z650RS, ଟ୍ରାଇମ୍ଫ ଟ୍ରାଇଡେଣ୍ଟ 660 ଏବଂ ହୋଣ୍ଡା ସିବି 650R ସହିତ ପ୍ରତିଦ୍ୱନ୍ଦିତା କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.