Below header

ଅଜଣା ଜନ୍ତୁଙ୍କୁ ଧରିବାକୁ ତତ୍ପର ହେଲା ବନବିଭାଗ, ବସାଗଲା ଯନ୍ତା

ନିଆଳି(କେନ୍ୟୁଜ): ପୁଣି ଫେରିଛି ଅଜଣା ଜନ୍ତୁ। ତିନି ବର୍ଷ ତଳେ କଟକ ଜିଲ୍ଲା ନିଆଳି ବ୍ଲକରେ ଆତଙ୍କ ସୃଷ୍ଟି କରିଥିଲା ଅଜଣା ଜନ୍ତୁ। ଅଜଣା ଜନ୍ତୁ ଆକ୍ରମଣରେ ହଜାର ହଜାର ମେଣ୍ଢାଙ୍କ ମୃତ୍ୟୁ ଘଟିଥିଲା। ପୁଣି ଏବେ ସେହି ଆତଙ୍କ ଫେରିଛି। ଏଣୁ ବନବିଭାଗ ଟିମ୍ ଗତ କାଲି ନିଆଳିରେ ପହଞ୍ଚି ଯନ୍ତା ବସାଇଛି। ଏଥି ସହ ଅଜଣା ଜନ୍ତୁକୁ ଧରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।

ରିପୋର୍ଟ ମୁତାବକ ଅଜଣା ଜନ୍ତୁ ଆତଙ୍କ ଖବର ପାଇ ଗତକାଲି ସଂଧ୍ୟାରେ ଫୁଲନଖରା ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ଏଥିସହ ରାତ୍ର ପେଟ୍ରୋଲିଙ୍ଗ ପାଇଁ ବନ କର୍ମଚାରୀ ନିୟୋଜିତ ହୋଇଥିଲେ।

niali2

ପ୍ରକାଶ ଯେ ସୋମବାର ବାଘମରା ଗାଁର ବିରଞ୍ଚି ଦାସଙ୍କ ଗୁହାଳରେ ପଶି ଅଜଣା ଜନ୍ତୁ ଆକ୍ରମଣରେ ୪ ମେଣ୍ଢାଙ୍କ ମୃତ୍ୟୁ ହୋଇଛି ଓ ୫ ମେଣ୍ଢା ଗୁରୁତର ହୋଇଛନ୍ତି। ପୂର୍ବରୁ ମଧ୍ୟ ବିଳମ୍ବିତ ରାତିରେ ପୁଣି ଥରେ ବାଘମାରି ଗାଁର ବିରଞ୍ଚି ଦାସଙ୍କ ୫ଟି ମେଣ୍ଢାଙ୍କୁ ଅଜଣା ଜନ୍ତୁ ଆକ୍ରମଣ କରିଛି। ଫଳରେ ମେଣ୍ଢାଙ୍କ ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.