ଦୁଇ ଦିନ ଭିତରେ ଟୀକା ନ ଆସିଲେ ରାଜ୍ୟରେ ବାଧାପ୍ରାପ୍ତ ହେବ ଟୀକାକରଣ ପ୍ରକ୍ରିୟା

ଭୁବନେଶ୍ବର: ଚିନ୍ତା ବଢାଇଲାଣି ଟିକା ସଙ୍କଟ । ଦିନେ ଦୁଇ ଦିନ ଭିତରେ ସରିଯିବ ଟିକା। ଫଳରେ ରାଜ୍ୟରେ ବାଧାପ୍ରାପ୍ତ ହୋଇପାରେ ଟିକାକରଣ। ଟିକା ଅଭାବ ଯୋଗୁଁ ଜିଲ୍ଲାର ୪୦୦ଟି କେନ୍ଦ୍ର ବନ୍ଦ ହୋଇଗଲାଣି। ବର୍ତ୍ତମାନ ୧୧୦୩ଟି ଟୀକା କେନ୍ଦ୍ରରେ ଟିକା ଦିଆଯାଉଛି। । ଟୀକା ଅଭାବ ଯୋଗୁଁ ଆମେ ଲକ୍ଷ୍ୟ ଧାର୍ଯ୍ୟ କରିପାରୁନୁ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

୧ଲକ୍ଷ ୮୫ହଜାର ଟୀକା କୋଲ୍‌ଡ ଚେନ୍‌ ପଏଣ୍ଟରେ ରହିଛି। ତେଣୁ ପୁଣି ୧୫ ଲକ୍ଷ ଡୋଜ୍‌ ଦେବାକୁ ପୁଣି କେନ୍ଦ୍ରକୁ ଅନୁରୋଧ କରିଛି ରାଜ୍ୟ। ଗତକାଲି ଓଡ଼ିଶାରେ ପହଞ୍ଚିଛି ସାଢେ ୩ ଲକ୍ଷ ଟିକା। ରାଜ୍ୟରେ ଏବେ ପ୍ରତିଦିନ ପ୍ରାୟ ଅଢେଇ ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି। ଏପର୍ଯ୍ୟନ୍ତ ୩୫ଲକ୍ଷ ୬୭ହଜାର ଡୋଜ୍‌ ଦିଆଯାଇଛି। ଏପ୍ରିଲ ୧ତାରିଖରୁ ପ୍ରତିଦିନ ୨ଲକ୍ଷ ୩୧ହଜାର ଡୋଜ୍‌ ଟିକା ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.