Below header

ବିଜାପୁର ଏନକାଉଣ୍ଟର: ସାଥିଙ୍କ ରକ୍ତ ରୋକିବା ପାଇଁ ମୁଣ୍ଡରୁ ପଗଡି କାଢି କ୍ଷତାକ୍ତ ସ୍ଥାନରେ ବାନ୍ଧିଲେ ଯବାନ ବଲରାଜ, ଛୁଟୁଛି ପ୍ରଶଂସାର ସୁଅ

ଛତିଶଗଡର ବିଜାପୁରରେ ହୋଇଥିବା ନକ୍ସଲଆକ୍ରମଣରେ ୨୨ ଯବାନ ସହିଦ ହେବା ସହିତ ୩୧ ଯବାନ ଆହତ ହେଲେ। ଏମାନଙ୍କ ମଧ୍ୟରୁ ଜଣେ ସିଆରପିଏଫ ଯବାନଙ୍କୁ ନକ୍ସଲମାନେ ଅପହରଣ କରି ରଖିଛନ୍ତି। ହେଲେ ଏହି ଆକ୍ରମଣ ସମୟରେ ଜଣେ ସାଥିଙ୍କ ଜୀବନ ବଞ୍ଚାଇବା ପାଇଁ ଯବାନ ବଲରାଜ ନିଜ ମୁଣ୍ଡର ପଗଡି ଖୋଲି କ୍ଷତାକ୍ତ ସ୍ଥାନରେ ବାନ୍ଧିଥିଲେ।

ସିଆରପିଏଫ ୨୧୦ କୋବ୍ରା ବାଟାଲିଅନର ଯବାନ ବଲରାଜ ସିଂ ନିଜର ଟିମର ଜଣେ ଏସଆଇ ଅଭିଷେକ ପାଣ୍ଡେ ଆହତ ହେବା ପରେ ନିଜର ପଗଡି ଖୋଲି ତାଙ୍କ କ୍ଷତାକ୍ତ ସ୍ଥାନରେ ବାନ୍ଧିଥିଲେ। ଯବାନ ବଲରାଜଙ୍କ ଏପରି କାମକୁ ସମସ୍ତେ ପ୍ରଶଂସା କରୁଛନ୍ତି।

ବଲରାଜଙ୍କ କହିବାନୁଯାୟୀ, ୪୦୦ ପାଖାପାଖି ନକ୍ସଲ ଆମ ଟିମ୍ ଉପରେ ଅତର୍କିତ ଗୁଳିଚାଳନା ଆରମ୍ଭ କରିଦେଇଥିଲେ। କେଉଁପଟୁ ଗୁଳି ଆସୁଥିଲା, ତାହା ଜଣାପଡୁନଥିଲା। ନକ୍ସଲମାନେ ଦେଶୀ ଅସ୍ତ୍ରଶସ୍ତ୍ର ବ୍ଯବହାର କରୁଥିଲେ। କିନ୍ତୁ ଆମ ଯବାନମାନେ ବାହାଦୂରୀ ସହିତ ଲଢି ୨୦ରୁ ଉର୍ଦ୍ଧ୍ବ ନକ୍ସଲମାନଙ୍କୁ ମାରିଥିଲେ।

ସୂଚନାଯୋଗ୍ଯ, ଶନିବାର ଦିନ ଛତିଶଗଡର ସୁକମାରେ ଅତର୍କିତ ଭାବେ ନକ୍ସଲମାନେ ଯବାନମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ୨୨ ଯବାନ ସହିଦ ହୋଇଥିବା ବେଳେ ୩୦ ଯବାନ ଆହତ ହୋଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.