ମାଓବାଦୀଙ୍କ କବ୍‌ଜାରେ ଯବାନ ରାକେଶ୍ୱର ସିଂହ ମାନହାସ, ଫଟୋ ଜାରି କଲେ ମାଓବାଦୀ

କେନ୍ଯୁଜ୍: ମାଓବାଦୀଙ୍କ କବ୍‌ଜାରେ କୋବ୍ରା କମାଣ୍ଡର ରାକେଶ୍ୱର ସିଂହ ମାନହାସ । ଆଜି ତାଙ୍କ ଫଟୋ ଜାରି କରିଛନ୍ତି ମାଓବାଦୀ । ଯବାନ ରାକେଶ୍ୱର ମାଓ କ୍ୟାମ୍ପରେ ବସିଥିବାର ଫଟୋ ରହିଛି । ଗତକାଲି ମାଓବାଦୀମାନେ ପ୍ରେସ୍‌ ରିଲିଜ୍‌ ଜାରି କରି ସେ ସୁରକ୍ଷିତ ଥିବା କହିଥିଲେ । ତାଙ୍କୁ ଫେରାଇ ଦେବା ପାଇଁ ମାଓବାଦୀଙ୍କ ଆପତ୍ତି ନାହିଁ । ଏଥିପାଇଁ ସରକାର ଆଲୋଚନାକୁ ଆସନ୍ତୁ, ପ୍ରଥମେ ମଧ୍ୟସ୍ଥଙ୍କ ନାଁ ଘୋଷଣା କରନ୍ତୁ । ସିପିଆଇ-ମାଓବାଦୀ ସଂଗଠନର ଦଣ୍ଡକାରଣ୍ୟ ମାଓବାଦୀ ସ୍ପେଶାଲ ଜୋନ୍‌ କମିଟିର ମୁଖପାତ୍ର ବିକଳ୍ପ ଏନେଇ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରି କହିଥିଲେ ।

ମାଓବାଦୀମାନେ ଅପହରଣ କରିବା ପରେ ରାକେଶ୍ୱରଙ୍କ ଝିଅ ଛାଡି ଦେବା ପାଇଁ ମାଓବାଦୀଙ୍କୁ ନିବେଦନ କରିଛନ୍ତି । ରାକେଶ୍ୱରଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ରାକେଶ୍ୱରଙ୍କ ପତ୍ନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.