ଆଜି ରାଜ୍ଯରେ କରୋନା ନେଲା ଜଣଙ୍କ ଜୀବନ, ମୃତକ ପୁରୀ ଜିଲ୍ଲାର ଜଣେ ୨୮ ବର୍ଷର ଯୁବକ

ଭୁବନେଶ୍ବର: ଆଜି ରାଜ୍ଯରେ କରୋନା ନେଲା ଜଣଙ୍କ ଜୀବନ। ମୃତକ ହେଉଛନ୍ତି ପୁରୀ ଜିଲ୍ଲାର ଜଣେ ୨୮ ବର୍ଷର ଯୁବକ। ଏହାକୁ ମିଶାଇ ରାଜ୍ଯରେ ସମୁଦାୟ ମୃତକ ସଂଖ୍ଯା ୧୯୨୩ରେ ପହଁଚିଛି ।

deathସେହିପରି ଆଜି ରାଜ୍ୟରେ ରେକର୍ଡ ଭାଙ୍ଗିଛି କରୋନା ପଜିଟିଭ୍ ସଂଖ୍ଯା‌ । ଦିନକରେ ୮୦୦ ଶହ ପାଖାପାଖି ପଜିଟିଭ୍ ଚିହ୍ନଟ‌ ହୋଇଛନ୍ତି । ୨୪ ଘଣ୍ଟାରେ ରାଜ୍ୟରେ ୭୯୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନ୍ ସେଣ୍ଟରରୁ ୪୫୯ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ଲୋକାଲ୍ କେସରୁ ୩୩୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୧୪୭ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ଖୋର୍ଦ୍ଧା ଜିଲ୍ଲାରୁ ଗୋଟିଏ ଦିନରେ ୧୧୮ ନୂଆ କେସ୍‌ ସାମ୍ନାକୁ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.