Below header

RCB କୁ ପୁଣି ଝଟକା, ଦେବଦତ୍ତଙ୍କ ପରେ ଡାନିଏଲ ସାମ୍ସ କରୋନା ସଂକ୍ରମିତ

ଆଉ ଦିନକ ପରେ ଆରମ୍ଭ ହେବ ଆଇପିଏଲ ମହାକୁମ୍ଭ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ RCB କୁ ଲାଗିଛି ବଡ଼ ଝଟକା । ଆରସିବିର ଷ୍ଟାର୍ ଖେଳାଳି ଦେବଦତ୍ତ ପାଡିକିଲ କରୋନା ପଜିଟିଭ ଚିହ୍ନଟ ପରେ ଡାନିଏଲ୍ ସାମ୍ସ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାପରେ ତାଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ହୋଟେଲରେ ପହଞ୍ଚିବା ପୂର୍ବରୁ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା କିନ୍ତୁ ରିପୋର୍ଟ ନେଗେଟିଭ ଆସିଥିଲା।

ଆଇପିଏଲ୍ ଚଳିତ ସିଜିନ୍ ଆରମ୍ଭ ହେବା ପୂର୍ବରୁ ଭାରତରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ତେବେ ଏସବୁ ଭିତରେ ଜଣେ ଖେଳାଳି କରୋନା ସଂକ୍ରମିତ ହେବା ଟିମ୍ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ସୂଚନାଯୋଗ୍ଯ, ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍। ଆଇପିଏଲ ସିଜନ ୧୪ର ପ୍ରଥମ ମ୍ଯାଚ ମୁବାଇ ଏବଂ ବାଙ୍ଗାଲୋର ମଧ୍ୟରେ ଖେଳାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.