ପୁଣି ଉଠିଲା ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନ, ନୀଳଚକ୍ର ଉପରେ ଚଢ଼ି ଗାମୁଛା ବାନ୍ଧିଲା ଅଜଣା ଯୁବକ

ଶ୍ରୀମନ୍ଦିରରେ ସବୁ ସୁରକ୍ଷା ବ୍ୟବସ୍ଥାକୁ ଭାଙ୍ଗି ନୀଳଚକ୍ର ଉପରେ ଜଣେ ଯୁବକ ଚଢ଼ିଯାଇଥିଲେ। ଓହ୍ଲାଇବା ପରେ ଉକ୍ତ ଯୁବକଙ୍କୁ ଶ୍ରୀମନ୍ଦିର ସିଂହଦ୍ବାରା ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି । ଯୁବକ ଜଣଙ୍କ ଭଦ୍ରକର ମହନ୍ତ ପୋଲି ଜଣାପଡିଛି। ଆଜି ସକାଳେ ନୀଳଚକ୍ର ଉପରେ ଯୁବକ ଚଢ଼ିଯାଇଥିବା ବେଳେ ସେଠାରେ ଏକ ମଇଳା ଗାମୁଛା ବାନ୍ଧି ଦେଇଥିଲେ।

ଓହ୍ଲାଇବା ପରେ ସେବାୟତମାନେ ତାଙ୍କୁ ଥାନା ପୋଲିସ ଜିମା ଦେଇଥିବା ଜଣାପଡିଛି। ନିକଟରେ ଶ୍ରୀମନ୍ଦିର ଦକ୍ଷିଣ ଦ୍ବାରା ନିକଟସ୍ଥ ରାମମନ୍ଦିର ନିକଟରୁ ଚୋରୀ ଅଭିଯୋଗ ମଧ୍ୟ ଆସିଥିଲା। ମନ୍ଦିର ବାହାରେ ଏବଂ ଭିତରେ ଏତେ କଡା ସୁରକ୍ଷା ପରେ ମଧ୍ୟ ନୀଳଚକ୍ର ସହ ହୋଇଥିବା ଏପରି ଘଟଣା ସୁରକ୍ଷା ଉପରେ ପୁଣି ପ୍ରଶ୍ନ ଉଠାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.