Below header

ଅଲୌକିକ ଘଟଣା : ଅଦିନରେ ଫୁଟିଲା କଦମ୍ବ, ସତ ହେଉଛି କି ମାଳିକା ବଚନ ?

ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି ଆଖପାଖରେ ଅନେକ କଦମ୍ବ ଗଛ ରହିଥିଲେ ମଧ୍ୟ ସେସବୁ ଗଛରେ ଫୁଲ ଫୁଟି ନାହିଁ । କେବଳ ଏହି ଗୋଟିଏ ଗଛରେ ଫୁଲ ଭର୍ତ୍ତି ହୋଇ ଯାଇଛି ।

ସାଲେପୁର (କେନ୍ୟୁଜ୍) : ମାଳିକା ଉପରେ ଅନେକ ଲୋକଙ୍କର ବିଶ୍ୱାସ । ଯେଉଁଥିରେ ଭବିଷ୍ୟତର କଥା କହି ଯାଇଛନ୍ତି ଅଚ୍ୟୁତାନନ୍ଦ ଦାସ । ଏବେ ମାଳିକାକୁ ନେଇ ଅନେକ ସତ ମିଛ କଥା ପ୍ରକାଶ ପାଉଛି । ହେଲେ କିଛି କଥା ମେଳ ଖାଉଛି ମାଳିକା ସହ । କିଛି ମାସ ପୂର୍ବରୁ ପ୍ରଭୁ ଅଚ୍ୟୁତାନନ୍ଦଙ୍କ ପୀଠ ନେମାଳରେ ଥିବା ବଟବୃକ୍ଷରେ ପୋକ ଲାଗିବା ଘଟଣାରୁ ଆରମ୍ଭ କରି ନିମଗଛ ଘଟଣା ଲୋକଙ୍କୁ ଆଚମ୍ବିତ କରିଥିଲା । ଏବେ ସେହିଭଳି ଏକ ଅଲୌକିକ ଘଟଣା ପୁଣି ଚକିତ କରିଛି ସମସ୍ତଙ୍କୁ । ମାଳିକା ବର୍ଣ୍ଣିତ ଐତିହାସିକ ପୀଠ ହେଉଛି ରତ୍ନ ବଟ । ଯେଉଁଠି ଅଛନ୍ତି ମା ରଙ୍ଗେଶ୍ଵରୀ । ଦିନେ ଏଇଠି ଥିଲା ରତ୍ନ ବଟ ବା ବରଗଛ । ଯାହା ଉପୁଡ଼ି ପଡ଼ିଛି ବାତ୍ୟା ସମୟରେ । ତେବେ ସେଇଠାରେ ରହିଛି ଏକ କଦମ୍ବ ଗଛ । ତାରି ମୂଳରେ ରହିଛି ପ୍ରଭୁ ଅଚ୍ୟୁତାନନ୍ଦଙ୍କ ପ୍ରତିମୂର୍ତ୍ତି । ଏଇଠି ଘଟିଛି ଆଶ୍ଚର୍ଯ୍ୟଜନକ ଘଟଣା ।..

କଟକ ଜିଲ୍ଲା ନିଶ୍ଚିତକୋଇଲି ବ୍ଲକ ବଢିକ୍ଷୀରି ପଂଚାୟତର ରୋଙ୍ଗମୁଣ୍ଡେଇ ଗ୍ରାମର ମା ରଙ୍ଗେଶ୍ୱରୀ ଠାକୁରାଣୀ । ସେଇଠାରେ ଏଭଳି ଅଲୌକିକ ଘଟଣା ଦେଖିବାକୁ ମିଳିଛି । ମନ୍ଦିର ପରିସରରେ ଥିବା କଦମ୍ୱ ଗଛ ଫୁଲ ଭରି ଯାଇଛି । କଦମ୍ବ ଗଛରେ କେବଳ ଆଷାଢ଼ ମାସରେ ଫୁଲ ଫୁଟିଥାଏ । ହେଲେ ଏବେ ଏହା ଫୁଟିଛି ବୈଶାଖ ମାସରେ । ଯାହା ଏକ ଅଲୌକିକ ଘଟଣା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ତେବେ ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି ଆଖପାଖରେ ଅନେକ କଦମ୍ବ ଗଛ ରହିଥିଲେ ମଧ୍ୟ ସେସବୁ ଗଛରେ ଫୁଲ ଫୁଟି ନାହିଁ । କେବଳ ଏହି ଗୋଟିଏ ଗଛରେ ଫୁଲ ଭର୍ତ୍ତି ହୋଇ ଯାଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭକ୍ତି ଭାବନା ବଢ଼ି ଯାଇଛି । ଏହା ମା’ ରଙ୍ଗେଶ୍ୱରୀଙ୍କ କରୁଣା ଏବଂ ଈଶ୍ୱରଙ୍କ ଆଶୀର୍ବାଦ ବୋଲି ଲୋକେ କହୁଛନ୍ତି । ସେମାନଙ୍କ ଭିତରେ ଅଶେଷ କୌତୁହଳ ସୃଷ୍ଟି ହୋଇଛି । ଲୋକଙ୍କ କହିବା କଥା ମାଳିକାରେ ଅଛି, ଅଦେଖା ଦେଖିବୁ ଅଶୁଣା ଶୁଣିବୁ । ଯାହା ଏବେ ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.