Below header

୧୯ ଓ ୨୦ ରାଜ୍ୟର ସମସ୍ତ ସ୍କୁଲ ଓ ଅଙ୍ଗନଓ୍ଵାଡି ବନ୍ଦ ରହିବ

ରାଜ୍ୟ ଏବେ ପାଲଟିଛି ତତଲା ତାଉଆ । ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ରାଜ୍ୟରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିଛି । ସକାଳ ୯ଟାରୁ ଉତ୍ତାପ ୩୨ ଡିଗ୍ରୀ ପାର ହେଉଛି । ଆଜି ରାଜ୍ୟରେ ୨୯ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି ।

କେନ୍ୟୁଜ (ବ୍ୟୁରୋ) : ରାଜ୍ୟ ଏବେ ପାଲଟିଛି ତତଲା ତାଉଆ । ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ରାଜ୍ୟରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିଛି । ସକାଳ ୯ଟାରୁ ଉତ୍ତାପ ୩୨ ଡିଗ୍ରୀ ପାର ହେଉଛି । ଆଜି ରାଜ୍ୟରେ ୨୯ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସର୍ବାଧିକ ଝାରସୁଗୁଡାରେ ତାପମାତ୍ରା ୪୨.୬ ଡିଗ୍ରୀ ସେଲସିୟସ ଥିବା ବେଳେ ଭୁବନେଶ୍ୱରରେ ମଧ୍ୟ ତାପମାତ୍ରା ୪୨.୨ ଡିଗ୍ରୀ ହୋଇଛି ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ ୧୯ ଓ ୨୦ ତାରିଖ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଗୁଡ଼ିକ ଛୁଟି ଘୋଷଣା କରିଛନ୍ତି। ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ମଙ୍ଗଳବାର ଟୁଇଟ୍ କରି ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.