ରାଉରକେଲାରେ ବଲିଉଡ୍‌ ଷ୍ଟାର ରଣବୀର କପୁର

ଏକ କାର୍ଯ୍ଯକ୍ରମରେ ଯୋଗଦେବାକୁ ଏକ ସ୍ୱତନ୍ତ୍ର ବିମାନରେ ଆସି ରାଉରକେଲାରେ ପହଞ୍ଚିଥିଲେ ବଲିଉଡ୍‌ ଷ୍ଟାର ରଣବୀର କପୁର । ଲୋକପ୍ରିୟ ଏହି ବଲିଉଡ୍‌ ତାରକାଙ୍କ ପାଇଁ ସୁରକ୍ଷା ବ୍ଯବସ୍ଥା କଡାକଡି କରାଯାଇଥିଲା । କାର୍ଯ୍ଯକ୍ରମସ୍ଥଳରେ ଯୁବକ ଯୁବତୀଙ୍କ ଭିଡ଼ କେବଳ ରଣବୀର କପୁରଙ୍କୁ ଦେଖିବାକୁ ଲାଗିଥିଲା ।

ରାଉରକେଲା(କେନ୍ୟୁଜ୍‌) : ଏକ କାର୍ଯ୍ଯକ୍ରମରେ ଯୋଗଦେବାକୁ ଏକ ସ୍ୱତନ୍ତ୍ର ବିମାନରେ ଆସି ରାଉରକେଲାରେ ପହଞ୍ଚିଥିଲେ ବଲିଉଡ୍‌ ଷ୍ଟାର ରଣବୀର କପୁର । ଲୋକପ୍ରିୟ ଏହି ବଲିଉଡ୍‌ ତାରକାଙ୍କ ପାଇଁ ସୁରକ୍ଷା ବ୍ଯବସ୍ଥା କଡାକଡି କରାଯାଇଥିଲା । କାର୍ଯ୍ଯକ୍ରମସ୍ଥଳରେ ଯୁବକ ଯୁବତୀଙ୍କ ଭିଡ଼ କେବଳ ରଣବୀର କପୁରଙ୍କୁ ଦେଖିବାକୁ ଲାଗିଥିଲା ।

ବଲିଉଡ୍‌ ତାରକା ରଣବୀର କପୁରଙ୍କ ସହ ସେଲଫି ଉଠାଉଥିବା ଯୁବକ ଯୁବତୀଙ୍କୁ ଘରୋଇ ସୁରକ୍ଷା କର୍ମୀ ମାନେ ଦୁରେଇ ରଖୁଥିବା ଦେଖାଯାଇଥିଲା । ଦିନ ପ୍ରାୟ ଗୋଟିଏ ସମୟରେ ପହଞ୍ଚି ପାନପୋଷ ରୋଡ଼ ଠାରେ ନୂତନ ଭାବେ ଖୋଲାଯାଇଥିବା ଏକ ଗହଣା ଦୋକାନକୁ ଉଦଘାଟନ କରିଥିଲେ। ଏହି ଅବସରରେ ବଲିଉଡ୍‌ ତାରକା ରଣବୀର କପୁର କହିଛନ୍ତି ଯେ, ଏହି ଅବସରରେ ଆପଣ ସମସ୍ତଙ୍କ ସହ ଭାବ ବିନିମୟ କରିଥିବାରୁ ମୁଁ ଉଲ୍ଲସିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.