Below header

ତାତିରେ ଫୁଟୁଛି ଓଡ଼ିଶା : ଆହୁରି ୨ ରୁ ୩ ଦିନ ନିସ୍ତାର ନାହିଁ, ୭ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ଆଲର୍ଟ ଜାରି

ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ସାଙ୍ଗକୁ କଲବଲ କରୁଛି ଗୁଳୁଗୁଳି । ଆଗାମୀ ୨ରୁ ୩ ଦିନ ଯାଏ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳିରୁ ଆଶ୍ୱସ୍ତି ନାହିଁ। ଆସନ୍ତାକାଲି ପାଇଁ ୭ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ଆଲର୍ଟ ଜାରି କରାଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ସାଙ୍ଗକୁ କଲବଲ କରୁଛି ଗୁଳୁଗୁଳି । ଆଗାମୀ ୨ରୁ ୩ ଦିନ ଯାଏ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳିରୁ ଆଶ୍ୱସ୍ତି ନାହିଁ। ଆସନ୍ତାକାଲି ପାଇଁ ୭ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ଆଲର୍ଟ ଜାରି କରାଯାଇଛି ।

ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର ଓ ବୌଦ୍ଧକୁ ହିଟ୍‌ ୱେଭ ୱାର୍ଣ୍ଣିଂ ଜାରି ହୋଇଛି। ବାୟୁମଣ୍ଡଳ ଉପରି ଭାଗରେ ଏକ ଗୁରୁଚାପ ବଳୟ ରହିଛି । ଫଳରେ ଶୁଷ୍କ ବାୟୁ ରାଜ୍ୟକୁ ପ୍ରବେଶ କରୁଛି । ଫଳରେ ସ୍ୱାଭାବିକ ତାପମାତ୍ରାରୁ ଅଧିକ ତାପମାତ୍ରା ସହ ଗୁଳୁଗୁଳି ରହିବ ।

୨୦ ତାରିଖ ପରେ କମିପାରେ ତାପମାତ୍ରା। ବର୍ଷା ପରିମାଣ ବଢ଼ିବା ସହ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ କମିପାରେ ।  ଏପଟେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା। ଦିନ ସାଢେ ୨ଟା ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ୪୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱର ଓ ସମ୍ବଲପୁରରେ ୪୨.୨, କେନ୍ଦୁଝର ଓ ହୀରାକୁଦରେ ୪୧ ଡିଗ୍ରୀ ରହିଛି ତାପମାତ୍ରା । ୪୦ ଡିଗ୍ରୀ ଉପରେ ରହିଛି ୬ଟି ସହରର ତାପମାତ୍ରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.