Below header

ପାରାଦ୍ବୀପରେ ଲାଗିଥିବା ସିଙ୍ଗାପୁର ଜାହାଜରେ ଦମ୍ପତି ଅସୁସ୍ଥ, ସତର୍କତା ସହ ଡାକ୍ତରୀ ଟିମ୍‌ କଲେ ଏସସିବି ସ୍ଥାନାନ୍ତର

ପାରାଦ୍ବୀପ: ସିଙ୍ଗାପୁର ଜାହାଜରେ ଦମ୍ପତି ଅସୁସ୍ଥ । ପାରାଦ୍ବୀପରେ ଲାଗିଥିବା ଜାହାଜରୁ ଉଦ୍ଧାର କରି ସେମାନଙ୍କୁ କଟକ ବଡ ମେଡିକାଲ ପଠାଯାଇଛି । ସତର୍କତା ସହ ଡାକ୍ତରୀ ଟିମ୍‌ ସେମାନଙ୍କୁ ଏସସିବି ସ୍ଥାନାନ୍ତର କରିଥିଲେ । ଡାକ୍ତରୀ ଟିମ୍‌ ହାତରେ ପିନ୍ଧିଥିଲେ ଗ୍ଲୋବସ ଓ ମୁହଁରେ ମାସ୍କ । ବିଦେଶ ଜାହାଜରୁ ଅସୁସ୍ଥ ଅବସ୍ଥାରେ ଦମ୍ପତିଙ୍କୁ ଉଦ୍ଧାର କରାଯାଇଥିବା ବେଳେ କରୋନା ନେଇ ସ୍ପଷ୍ଟ ହୋଇନି । ବର୍ତ୍ତମାନ ଏସସିବିର ସ୍ୱତନ୍ତ୍ର ଆଇସୋଲେସନ ଓ୍ଵାର୍ଡରେ ସେମାନଙ୍କୁ ଭର୍ତ୍ତି କରାଯାଇଛି ।

ଆଜି ପାରାଦ୍ବୀପ ବନ୍ଦରରେ ଲାଗିଥିବା ଶିଙ୍ଗାପୁର ଜାହାଜରେ ହଠାତ ଏକ ଦମ୍ପତ୍ତି ଅସୁସ୍ଥ ହୋଇ ପଡିଥିଲେ। ଏହି ଘଟଣା ଜଣା ପଡିବା ପରେ ଦମ୍ପତ୍ତିଙ୍କୁ ସତର୍କତାମୁଳକ ଭାବେ ଗ୍ଲୋବସ ଓ ମାସ୍କ ପିନ୍ଧା ଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରି ଦଳ ଦ୍ୱାରା ସେମାନଙ୍କୁ କଟକ ଏସସିବି ପଠାଇ ଦିଆଯାଇଛି। ଗତକାଲି ଦମ୍ପତ୍ତିଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରାଯାଇଥିଲା। ପରିକ୍ଷା ସମୟରେ ସେମାନଙ୍କୁ ସାମାନ୍ୟ ଜ୍ୱର ଥିବା ଜଣା ପଡିଥିଲା। ସନ୍ଦେହ ହେବାରୁ ତାଙ୍କୁ ଏସସିବି ପଠାଯାଇଛି। ତେବେ ଦମ୍ପତ୍ତି କରୋନା ଦ୍ୱାରା ଆକ୍ରାନ୍ତ କି ନୁହେଁ ତାହା ଚିକିତ୍ସା ପରେ ସ୍ପଷ୍ଟ ହେବ । ଏହି ଶିଙ୍ଗାପୁର ଜାହାଜଟି ଗତ ଫେବ୍ରୁଆରି ୨ ତାରିଖରରୁ ଚାଇନାରୁ ବାହାରି ୨୫ ଫେବ୍ରୁଆରିରେ ସିଙ୍ଗାପୁରରେ ପଂହଚିଥିଲା। ମାର୍ଚ୍ଚ ୧ ତାରିଖରେ ପାରାଦ୍ବୀପରେ ପଂହଚିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.