କରୋନା ଯୋଗୁ ୪ ଦେଶର ଭିସା ରଦ୍ଦ କଲା ଭାରତ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା

ଭାରତରେ କରୋନା ଭାଇରସ୍‌ର ଦୁଇଟି ମାମଲା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚାରିଟି ଦେଶର ନାଗରିକଙ୍କ ରେଗୁଲାର ଭିସାକୁ ରଦ୍ଦ କରିଦେଇଛନ୍ତି। ଏଥିରେ ଇଟାଲୀ, ଇରାନ, ଦକ୍ଷିଣ କୋରିଆ ଓ ଜାପାନ ସାମିଲ ଅଛି। ଏଥିସହ ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ପ୍ରବେଶ କରିନାହାନ୍ତି ସେମାନଙ୍କ ଆଗମନକୁ ମଧ୍ୟ ରଦ୍ଦ କରାଯାଇଥିବା ଜଣାଯାଇଛି।

visa

ସରକାର ଅଧିକାରୀଙ୍କ ସୂଚନାନୁସାରେ ଦେଶରେ ଏବେ ପର୍ଯ୍ୟନ୍ତ ମୋଟ ୫ ଜଣ ରୋଗୀ ଏହି ଭାଇରସ୍‌ର ଆକ୍ରାନ୍ତ ହୋଇଛନ୍ତି। ଅନ୍ୟପଟେ ଉତ୍ତର ପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ କରୋନାର ୬ଟି ପଜିଟିଭ୍‌ ମାମଲା ସାମ୍ନାକୁ ଆସିଛି। ସଂକ୍ରମିତ ଲୋକଙ୍କ ସାମ୍ପଲକୁ ଲ୍ୟାବ୍‌କୁ ପଠାଇଦିଆଯାଇଛି।

corona5

କେବଳ ଏତିକି ନୁହେଁ ଆଜି ନୋଏଡ଼ାର ଏକ ସ୍କୁଲ ଛାତ୍ର ଶରୀରରେ ମଧ୍ୟ କରୋନା ଭାଇରସ୍‌ର ଲକ୍ଷଣ ଦେଖାଯାଇଛି। ସମ୍ପୃକ୍ତ ଛାତ୍ର ସମେତ ଆଉ ୫ ଜଣଙ୍କ ନମୁନାକୁ ପରୀକ୍ଷା ପାଇଁ ଲ୍ୟାବ୍‌କୁ ପଠାଯାଇଛି। ତେବେ କରୋନାର ଆତଙ୍କ ଯୋଗୁ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ପ୍ୟାରିସ ଫ୍ୟାସନ ଓ୍ଵିକ୍‌ରେ ସାମିଲ ହେବେ ନାହିଁ ବୋଲି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.