Below header

୩ବର୍ଷ ପୂର୍ବେ ଦେଇଥିବା କଥା ରଖିଲେ ଝାଡଖଣ୍ଡ ରାଜ୍ୟପାଳ, ଲାକୋ ବଦରାଙ୍କ ପ୍ରତିମୂର୍ତ୍ତି କଲେ ଉନ୍ମୋଚନ

ମୟୁରଭଂଜ: କଥା ରଖିଲେ ଝାଡଖଣ୍ଡ ରାଜ୍ୟପାଳ । ଝାଡଖଣ୍ଡ ରାଜ୍ୟପାଳ ମହାମହିମ ଦ୍ରୌପଦୀ ମୁର୍ମୁ ମୟୁରଭଂଜ ଜିଲ୍ଲା ବିଶୋଇ ବ୍ଲକର ମଣଦା ଅଞ୍ଚଳକୁ ୩ବର୍ଷ ପୂର୍ବେ ଗସ୍ତ କରିଥିବା ବେଳେ ହୋ ସମାଜର ଲୋକଙ୍କୁ ମଣଦା ଠାରେ ଲାକୋ ବଦରାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ପ୍ରତିଶୃତି ଦେଇଥିଲେ।

pratimurtiମଣଦାଠାରେ ଅନୁଷ୍ଠିତ ଲାକୋ ବଦରାଙ୍କ ପ୍ରତିମୂର୍ତ୍ତ ଉନ୍ମୋଚନ ସମାରୋହରେ ଯୋଗଦେଇ ସେଠାରେ ୱାରାଙ୍ଗ ଚିତି ଲିପିର ସ୍ରଷ୍ଟା ଅଲ ଗୁରୁ ଲାକୋ ବଦରାଙ୍କ ପ୍ରତିମୂର୍ତ୍ତିର ଉଦଘାଟନ କରିଥିଲେ ଝାଡଖଣ୍ଡ ରାଜ୍ୟପାଳ। ରାଜ୍ୟପାଳଙ୍କ ସମେତ ରାଇରଙ୍ଗପୁର ,ସାରସକଣା ଓ ଜଷିପୁର ବିଧାୟକ ଯୋଗଦେଇ ଲାକୋ ବଦରାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା। ହୋ ସମାଜ ବିଶୋଇ ଶାଖା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହୋ ସମ୍ପ୍ରଦାୟର ଲୋକେ ଯୋଗଦେଇଥିଲେ। ଝାଡଖଣ୍ଡ ରାଜ୍ୟପାଳଙ୍କ ଗସ୍ତକୁ ନେଇ ମୟୁରଭଂଜ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.