Below header

ବିଜେଡିରେ ଯୋଗ ଦେଲେ କଂଗ୍ରେସ ନେତା ଭି.ରବିନାରାୟଣ ରାଜୁ

ଭୁବନେଶ୍ବର: ବିଜେଡିରେ ଯୋଗ ଦେଲେ କଂଗ୍ରେସ ନେତା ଭି. ରବିନାରାୟଣ ରାଜୁ। ତାଙ୍କ ସହ ଦିଗପହଣ୍ଡିର ୫ଶହ କଂଗ୍ରେସ କର୍ମୀ ମଧ୍ୟ ଦଳରେ ସାମିଲ ହୋଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ରବି ନାରାୟଣ ରାଜୁ। ନବୀନଙ୍କ ଆଦର୍ଶ ଓ ଦଳର ବିକାଶ ମୁଖୀ କାର୍ଯ୍ୟ ଦ୍ୱାରା ପ୍ରଭାବିତ ହୋଇ ଦଳରେ ସେ ଯୋଗ ଦେଇଥିବା କହିଛନ୍ତି। ଯିଏ ବିକାଶ କରିବ, ତାକୁ ସମର୍ଥନ ମିଳିବ ବୋଲି ସେ କହିଛନ୍ତି। ରବି ନାରାୟଣ ରାଜୁ ଦୁଇ ଦୁଇଥର ଦିଗପହଣ୍ଡି ଏନଏସିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ୨୦୦୯ରେ ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାଜିତ ହୋଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.