Below header

ଜାଣନ୍ତୁ ଗାନ୍ଧୀଙ୍କ ଜୀବନର କିଛି ଅଜଣା କଥା, ଯାହା ଆଜିବି ଲୋକ ଲୋଚନକୁ ଆସିପାରିନାହିଁ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ କିଏ ବା ନ ଜାଣେ ।  କିନ୍ତୁ ଖୁବ କମ ଲୋକେ ହୁଏତ ଜାଣିଥିବେ ଗାନ୍ଧୀ ଜଣେ ମଜାଳିଆ ଲୋକ ଥିଲେ । ନିଜର ଏହି ସ୍ୱଭାବ ସମ୍ପର୍କରେ ପଚରା ଯିବାରୁ ଗାନ୍ଧୀ ଉତ୍ତର ଦେଇଥିଲେ କି ଯଦି ସେ କେବେ ମଜା ନ କରିନଥାନ୍ତେ ତେବେ ହୁଏତ ନିଶ୍ଚିତ ଆତ୍ମହତ୍ୟା କରିଥାନ୍ତେ । କାମର ବୋଝକୁ କିଛିଟା ହାଲ୍କା କରିବା ପାଇଁ ସେ ବହୁ ସମୟରେ ବିଭିନ୍ନ ମଜାଳିଆ କଥା କହି ଅନ୍ୟ ମାନଙ୍କୁ ମଧ୍ୟ ହସେଇଥାନ୍ତି । ତାଙ୍କ ଜୀବନର କିଛି ଘଟଣା ସାଧାରଣ ଲୋକଙ୍କୁ ଭଲଭାବେ ଜଣା ଥିଲେ ମଧ୍ୟ କିଛି ଏବେବି ଲୋକ ଲୋଚନକୁ ଆସିପାରି ନାହିଁ । ଆସନ୍ତୁ ବାପୁଙ୍କର ସେହି ଅଜଣା କାହାଣୀ ଗୁଡିକ ବିଷୟରେ ଆଜି କିଛି ଜାଣିବା ।

bapu

ଥରେ ଜଣେ ବ୍ରିଟିଶ ରିପୋର୍ଟର ବାପୁଙ୍କୁ ପଚାରିଥିଲେ କି ଆପଣ କାହିଁକି ସବୁବେଳେ ୩ୟ ବଗିରେ ଯାତ୍ରା କରୁଛନ୍ତି । ଗାନ୍ଧି ଅତି ସହଜରେ ହସି ହସି ଏହାର ଉତ୍ତରରେ କହିଥିଲେ ୪ର୍ଥ ବଗି ନାହିଁ ବୋଲି ହିଁ ମୁଁ ୩ୟ ବଗିରେ ଯାତ୍ରା କରୁଛି । ଏହା ହୁଏତ କାହାକୁ ଅଜଣା ନଥିବ ବାପୁଙ୍କର ଜୀବନ ଧାରଣ ମାନ ଥିଲା ଅତି ସରଳ ଥିଲା । ଏମିତିକି ଯେବେ ଗାନ୍ଧୀ ଇଂଲଣ୍ଡରେ ଅନୁଷ୍ଠିତ ହେଉଥିବା ଗୋଲ ଟେବଳ ବୈଠକରେ ଭାଗ ନେବାକୁ ଯାଇଥିଲେ । ସେହି ସମୟରେ ବି ସେ ସାଧାରଣ ଧୋତି ହିଁ ପିନ୍ଧି ବଙ୍କିମହାମ ପାଲେସ ପହଞ୍ଚିଥିଲେ । ଏହା ଦେଖି ବହୁ ଲୋକଙ୍କ ଧାରଣା ଥିଲା କି ହୁଏତ ଗାନ୍ଧୀଙ୍କୁ ଠିକରେ ଡ୍ରେସ ପିନ୍ଧିବା ଜଣା ନାହିଁ । ଏହାର ଉତ୍ତର ବି ବାପୁ ଅତି ଚାଳକୀର ସହ ଦେଇଥିଲେ । ସେ କହିଥିଲେ ତମ ରାଜା ଏତେ ବଡ ଡ୍ରେସ ପିନ୍ଧୁଛନ୍ତି ଯେ ସେଥିରେ ଆମେ ଦୁହେଁ ଅତି ସହଜରେ ଘୋଡେଇ ହୋଇଯିବୁ ।

ଏଇଥିରୁ ଜଣାପଡି ଯାଉଛି କି ଗାନ୍ଧୀଙ୍କର ଭିନ୍ନ କଥା କହିବା ଶୈଳୀ ବିଷୟରେ ସହଜରେ ଅନୁମାନ ଲଗାଇ ହେଉଛି । ବହୁ ଗମ୍ଭୀର ସମସ୍ୟାକୁ ବି ଗାନ୍ଧୀ ଅତି ସହଜରେ ସାମ୍ନା କରି ପାରୁଥିଲେ । ତାଙ୍କ ଜୀବନର ଆଉ ଏକ ଘଟଣାରୁ ଏହା ସହଜରେ ଜାଣି ହୋଇଯିବ । ୧୯୧୦ ମସିହାରେ ଯେବେ ଗାନ୍ଧୀ ଓ ତାଙ୍କ ପତ୍ନୀ କସ୍ତୁରବା ଜୋହାନ୍ସବର୍ଗରେ ରହୁଥାନ୍ତି । ସେହି ସମୟରେ ସେଠାକାର ସରକାର ଘୋଷଣା କଲେକି ଯେଉଁ ମାନେ ଦକ୍ଷିଣ ଆଫ୍ରିକାରେ ବିବାହ ନ କରିଛନ୍ତି ସେମାନଙ୍କୁ ପତି ପତ୍ନୀ ଭାବେ ଗ୍ରହଣ କରାଯିବ ନାହିଁ । ଏହା ଶୁଣିବା ମାତ୍ରେ ବାପୁ, ବା(କସ୍ତୁରବା)ଙ୍କୁ ଯାଇ କହିଲେ ଏବେଠୁ ତମେ ମୋର ରକ୍ଷିତା ବୋଲାଇବ । ସରକାରଙ୍କ ନିୟମ ଅନୁଯାୟୀ ଆମେ ଆଉ ପତି ପତ୍ନୀ ହୋଇ ରହି ପାରିବା ନାହିଁ ।କସ୍ତୁରବା ଏହା ଶୁଣି ବେଶ ପ୍ରତିକ୍ରିୟାଶୀଳ ହୋଇପଡିଥିଲେ ।

bapu

ନିଜକୁ ବାପୁଙ୍କର ରକ୍ଷିତା ଭାବେ ମାନିବାକୁ ସେ ଜମା ରାଜି ନଥିଲେ ।ଏହାର ଘୋର ବିରୋଧ କରି କସ୍ତୁରବା ରାସ୍ତାକୁ ଓଲ୍ହାଇ ଏକ ଆନ୍ଦୋଳନ ଆରମ୍ଭ କରିଦେଇଥିଲେ । ଏହି ଆନ୍ଦୋଳନରେ ତାଙ୍କ ସହ ଦେଶର ଅନ୍ୟ ମହିଳା ଓ ଛୋଟ ପିଲା ମଧ୍ୟ ସାମିଲ ହୋଇ ପ୍ରାୟ ୬ ମାଇଲ ଲମ୍ବାର ଏକ ପଦ ଯାତ୍ରା କରିଥିଲେ । ଫଳରେ ଆଫ୍ରିକା ସରକାର ଏପରି ଏକ ତୀବ୍ର ବିରୋଧକୁ ସାମ୍ନା କରି ନ ପାରି ଦେଶରୁ ଆଇନକୁ ଉଠାଇ ଦେଇଥିଲେ ।

ଏହା ସହ ପଢନ୍ତୁ: ଈଶ୍ୱର ନୁହେଁ, ବରଂ ଏହି ସାମୁଦ୍ରିକ ଜୀବ ତିଆରି କରିଛି ସଫେଦ ସମୁଦ୍ରତଟ

ବାପୁଙ୍କ ଜୀବନର ଆଉ ଏକ ଘଟଣା ବି ବେଶ ରୋଚକ ଥିଲା । ଯେବେ ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଭାରତ ଫେରି ଆସିଥିଲେ | ତାଙ୍କୁ ଜଣେ ବ୍ୟକ୍ତି ଆସି କହିଲେ କି ମୁସଲମାନ ମାନେ ବହୁ ଜିଦଖୋର । ସେମାନେ ଜମା କୌଣସି କଥା ଶୁଣି ସହଯୋଗ କରିବାକୁ ରାଜି ନୁହନ୍ତି । ଆମେ ଯେବେ ତାଙ୍କୁ କହୁଛୁ ହିନ୍ଦୁସ୍ଥାନ ଉପରେ ଆମର ଯେତିକି ଅଧିକାର ଅଛି ତମର ବି ସେତିକି ଅଧିକାର ଅଛି । ତେଣୁ ସ୍ୱାଧୀନତା ଆନ୍ଦୋଳନରେ ତମେ ବି ଅଂଶଗ୍ରହଣ କରିବା ଉଚିତ । କିନ୍ତୁ ସେମାନେ ସହଯୋଗ କରିବାକୁ ରାଜି ହେଉ ନାହାନ୍ତି । ଗାନ୍ଧୀ ଏହା ଶୁଣିବା କ୍ଷଣି ଏହାର ଉତ୍ତର ବି ବେଶ ଚତୁରତାର ସହ ଦେଇଥିଲେ । ସେ କହିଥିଲେ ଯେବେ ତୁମେ ଏକ ବଡ ଠେଙ୍ଗା ଧରି ଗୋଟେ ଝିଅ ପାଖକୁ ଯିବ ଆଉ ତାକୁ କହିବକି ମୋତେ ବାହା ହେ ବୋଲି । ସେ କଣ କେବେ ତମ କଥାରେ ରାଜି ହେବ । ଆହୁରି ଭୟରେ ନିଜକୁ ତମ ଠାରୁ ଦୁରେଇ ଦେବ । ବାପୁଙ୍କ ଅନୁସାରେ କାହାକୁ କୌଣସି ବିଷୟରେ ରାଜି କରାଇବାକୁ ହେଲେ ନିଜ କଥାରେ ସେତେ ମାତ୍ରାରେ ନମ୍ରତା ରଖିବା ନିହାତି ଦରକାର । ତେବେ ଯାଇ ସମସ୍ତେ ଶୁଣିବେ,ସମସ୍ତେ ସାଥି ଦେବେ ଓ ହିନ୍ଦୁସ୍ତାନ ନିଶ୍ଚିତ ରୂପେ ସ୍ୱାଧୀନତା ପାଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.