Below header

ଦିଲ୍ଲୀରେ ଓକିଲ-ପୋଲିସ ମୁହାଁମୁହିଁ ପରେ ତେଜୁଛି ବିବାଦ

ନୂଆଦିଲ୍ଲୀ: ଦିଲ୍ଲୀ ସାକେତ୍‌ ଜିଲ୍ଲା କୋର୍ଟରେ ଓକିଲ-ପୋଲିସ ମୁହାଁମୁହିଁ ପରେ ତେଜୁଛିି ବିବାଦ। ଗତକାକି ଓକିଲମାନେ ଜଣେ ପୋଲିସକୁ ମାଡ ମାରିଥିବା ଭିଡିଓ ଭାଇରାଲ ପରେ ଏକାଠି ହୋଇଛନ୍ତି ଶତାଧିକ ପୋଲିସ ଅଧିକାରୀ ଓ କର୍ମଚାରୀ। ସଭିଁଏ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦିଲ୍ଲୀ ପୋଲିସ ମୁଖ୍ୟାଳୟ ଆଗରେ ଓକିଲଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ହାତରେ କଳାପଟି ବାନ୍ଧି ପ୍ରତିବାଦ କରିବା ସହ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ସୁରକ୍ଷା ଦାବି କରିଛନ୍ତି ଆନ୍ଦୋଳନକାରୀ ପୋଲିସ।

ଅଭିଯୋଗ ଅନୁସାରେ, ସହରରେ ସେମାନଙ୍କ ଉପରେ ଯେକୌଣସି ସ୍ଥାନରେ ବି ଆକ୍ରମଣ ହୋଇପାରେ। ପୋଲିସର ଆନ୍ଦୋଳନ ଉପରେ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ। ସେ କହିଛନ୍ତି, ଦିଲ୍ଲୀ ପୋଲିସ ପାଇଁ ଏହା ପରୀକ୍ଷାର ବେଳ। ଏଭଳି ପରିସ୍ଥିତିରେ ଶାନ୍ତି ବଜାୟ ରଖିବା ସହ କାର୍ଯ୍ୟରେ ଯୋଗ ଦେବାକୁ ସେ ପୋଲିସ କର୍ମଚାରୀଙ୍କୁ ନିବେଦନ କରିଛନ୍ତି।

ଏହାସହ ପଢନ୍ତୁ:

ଚିକିତ୍ସା ବଦଳରେ ଡାକ୍ତର ନେଉଥିଲେ ମାତ୍ର ୩୦ ଟଙ୍କା, ପୁଣି ମାଗଣାରେ ଦେଉଥିଲେ ଏହି ଗମ୍ଭୀର ରୋଗ

ଗତକାଲି ଦକ୍ଷିଣ ଦିଲ୍ଲୀର ସାକେତ୍‌ ଜିଲ୍ଲା କୋର୍ଟରେ ଜଣେ ପୋଲିସକୁ ଓକିଲମାନେ ମାଡ଼ ମାରୁଥିବାର ଭିଡିଓ ଭାଇରାଲ୍‌ ହୋଇଥିଲା। ଭିଡିଓରେ ଦେଖିବାକୁ ମିଳିଥିଲା, ମୋଟର ସାଇକେଲରେ ଯାଉଥିବା ଜଣେ ପୋଲିସ କର୍ମଚାରୀଙ୍କୁ କିଛି ଓକିଲ ଘେରିଯାଇ ମାଡ ମାରୁଥିଲେ। ମାଡ ମାରିବାର ଭିଡିଓ ବି କରୁଥିଲେ ଓକିଲ। ପୋଲିସ ଜଣଙ୍କ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିଲେ ବି ତାଙ୍କୁ ଛାଡୁ ନଥିଲେ ଓକିଲ। ଏପରିକି ହାତରେ ଧରିଥିବା ହେଲମେଟ ବି ପୋଲିସ ଉପରକୁ ଫିଙ୍ଗୁଛନ୍ତି ଓକିଲ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.