Below header

ଜନସେବାରେ ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି ଭି ସୁଜ୍ଞାନ କୁମାରୀ ଦେଓ, ଆସନ୍ତାକାଲି ସମ୍ପନ୍ନ ହେବ ତାଙ୍କର ଶେଷକୃତ୍ୟ

୧୯୩୭ ମସିହାରେ ଜନ୍ମଗ୍ରହଣ କରିଥିଲେ ଭି. ସୁଜ୍ଞାନ କୁମାରୀ ଦେଓ । ଗତକାଲି ରାତିରେ ଚେନ୍ନାଇରେ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ଚେନ୍ନାଇ ସ୍ଥିତ ବାସଭବନରେ ରଖାଯାଇଛି ସୁଜ୍ଞାନ କୁମାରୀଙ୍କ ପାର୍ଥିବ ଶରୀର । ଆଜି ସଂଧ୍ୟାରେ ବିମାନ ଯୋଗେ ଭୁବନେଶ୍ୱରକୁ ଅଣାଯିବ ମରଶରୀର ।

ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ । ଗତକାଲି ରାତିରେ ଚେନ୍ନାଇରେ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ଚେନ୍ନାଇ ସ୍ଥିତ ବାସଭବନରେ ରଖାଯାଇଛି ସୁଜ୍ଞାନ କୁମାରୀଙ୍କ ପାର୍ଥିବ ଶରୀର । ଆଜି ସଂଧ୍ୟାରେ ବିମାନ ଯୋଗେ ଭୁବନେଶ୍ୱରକୁ ଅଣାଯିବ ମରଶରୀର ।

ଭୁବନଶ୍ୱରରେ ବିଧାନ ସଭା ଓ ଶଙ୍ଖ ଭବନକୁ ଯିବ ମରଶରୀର । ସେଠାରେ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଦର୍ଶନ କରି ଶେଷ ସମ୍ମାନ ଜଣାଇବେ। ଏହାପରେ ଆସନ୍ତାକାଲି ତାଙ୍କ ମୃତଦେହକୁ ଖଲ୍ଲିକୋଟସ୍ଥିତ ବାସଭବନକୁ ନିଆଯିବ । ରବିବାର ଅପରାହ୍ନ ୪ଟା ପର୍ଯ୍ୟନ୍ତ ରାଣୀଙ୍କ ମରଶରୀର ସାଧାରଣ ଦର୍ଶନ ପାଇଁ ରଖାଯିବ । ଏହାପରେ ରାଜପ୍ରସାଦର ନିୟମ ଅନୁଯାୟୀ ଖଲ୍ଲିକୋଟ ରାଜାଙ୍କ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

୧୯୩୭ ମସିହା ଅଗଷ୍ଟ ୫ରେ ଜନ୍ମଗ୍ରହଣ କରିଥିଲେ ଭି ସୁଜ୍ଞାନ କୁମାରୀ ଦେଓ । ୧୯୫୬ ମସିହାରେ ସେ ଖଲ୍ଲିକୋଟ ଯୁବରାଜ ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କୁ ବିବାହ କରିଥିଲେ । ବିଜେଡିର ସେ ଥିଲେ ଜଣେ ବର୍ଷିୟାନ୍ ଓ ଟାଣୁଆ ନେତ୍ରୀ । ସେ ଖଲ୍ଲିକୋଟରୁ ୮ଥର ଓ କବିସୂର୍ଯ୍ୟନଗର ଆସନରୁ ୨ ଥର ଜିତିଥିଲେ । ଖଲ୍ଲିକୋଟ ରାଣୀ ଭାବେ ମଧ୍ୟ ସୁପରିଚିତ ଭି. ସୁଜ୍ଞାନ କୁମାରୀ ଦେଓ ।

୧୯୩୭ ମସିହାରେ ଜନ୍ମଗ୍ରହଣ କରିଥିଲେ ଭି. ସୁଜ୍ଞାନ କୁମାରୀ ଦେଓ। ୧୯୬୧ ମସିହାରେ କଂଗ୍ରେସ ଟିକେଟରେ ପ୍ରଥମ ଥର ଖଲ୍ଲିକୋଟ ବିଧାନସଭା ଉପନିର୍ବାଚନ ଜିତି ବିଧାୟିକା ହୋଇଥିଲେ । ତାପରେ ୧୯୭୪-୭୭ ଯାଏ ଉତ୍କଳ କଂଗ୍ରେସରୁ ବିଧାୟିକା ଥିଲେ । ୭୭-୮୦ ଯାଏ ଜନତା ଦଳ ବିଧାୟିକା । ୮୫ରୁ ୯୦ ଜନତା ପାର୍ଟିରୁ MLA ଥିଲେ । ୯୦ରୁ୯୫ ଓ ୯୫ରୁ୨୦୦୦ ଜନତା ଦଳରୁ ଜିତିଥିଲେ । ୨୦୦୦ରୁ୨୦୧୯ ଯାଏ ବିଜେଡି ଟିକେଟରେ ୪ ଥର ବିଧାୟିକା ହୋଇଥିଲେ । ବିଧାନସଭାର ବିଭିନ୍ନ କମିଟିର ସଦସ୍ୟା ଥିଲେ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଚେନ୍ନାଇ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିିଥିଲେ। ହେଲେ ଏହାପରେ ରାତି ପ୍ରାୟ ୧୨ଟା ୪୪ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ରାଣୀଙ୍କ ବିୟୋଗରେ ରାଜ୍ୟ ରାଜନୀତି ମହଲରେ ଶୋକର ଛୋୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି । ବିଜେଡିର ବରିଷ୍ଠ ନେତ୍ରୀ ଭାବେ ଦଳକୁ ସଂଗଠିତ କରିବାରେ ଭି. ସୁଜ୍ଞାନ କୁମାରୀ ଦେଓଙ୍କର ବଡ଼ ଯୋଗଦାନ ରହିଛି । ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୦ ଥର ବିଧାୟିକା ଭାବେ ପ୍ରତିନିଧିତ୍ୱ କରି ଜନସେବାରେ ସେ ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.