ପରିତ୍ୟକ୍ତ କୁଅରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

ବୀରମହାରାଜପୁରରେ ନିଖୋଜ ମହିଳାର ମୃତଦେହ ଉଦ୍ଧାର । ଗଳକାଟି ହତ୍ୟା ସନ୍ଦେହ । ପରିତ୍ୟକ୍ତ କୁଅରୁ ମୃତ ଦେହ ଉଦ୍ଧାର କରାଯାଇଛି । ବୀରମହାରାଜପୁର ଥାନା ହିଳୁଙ୍ଗ ଗାଁରେ ଘଟିଛି ଅଘଟଣ।

ସୁବର୍ଣ୍ଣପୁର(କେନ୍ୟୁଜ): ବୀରମହାରାଜପୁରରେ ନିଖୋଜ ମହିଳାର ମୃତଦେହ ଉଦ୍ଧାର । ଗଳକାଟି ହତ୍ୟା ସନ୍ଦେହ । ପରିତ୍ୟକ୍ତ କୁଅରୁ ମୃତ ଦେହ ଉଦ୍ଧାର କରାଯାଇଛି । ବୀରମହାରାଜପୁର ଥାନା ହିଳୁଙ୍ଗ ଗାଁରେ ଘଟିଛି ଅଘଟଣ। ମୃତକ ହେଲେ ହିଲୁଙ୍ଗ ଗାଁର ଶୋଭା ଭୋଇ । ସେ ଗତ ସନ୍ଧ୍ୟାରୁ ନିଖୋଜ ଥିଲେ । ପରିବାର ଲୋକ ତାଙ୍କୁ ଖୋଜା ଖୋଜି କରିଥିଲେ ହେଁ କୌଣସି ସୂଚନା ମିଳି ପାରି ନଥିଲା । ଗାଁ ମୁଣ୍ଡରେ ଥିବା ଏକ ଅବ୍ୟବହୃତ କୂଅରେ ତାଙ୍କ ମୃତ ଦେହ ଭାସୁ ଥିବା କିଛି ଲୋକ ଦେଖିଥିଲେ । ଏନେଇ ପୋଲିସକୁ ଖବର ଦେବାରୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସାହାଯ୍ୟରେ ମୃତ ଦେହ ଉଦ୍ଧାର କରି ଚିହ୍ନଟ କରିଥିଲେ । ନିଖୋଜ ଥିବା ମୃତ ଶୋଭା ଭୋଇକୁ କେହି ଦୃର୍ବୃତ୍ତ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ପୋଲିସ ଅଧିକ ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.