ମିଥୁନ ଚକ୍ରବର୍ତ୍ତୀଙ୍କ ଛାତିରେ ଯନ୍ତ୍ରଣା, କୋଲକାତା ହସ୍ପିଟାଲରେ ଭର୍ତ୍ତି
ଅଭିନେତା ତଥା ନେତା ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ । ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଆଡ୍ମିଟ କରାଯାଇଛି । ସୂତ୍ରରୁ ଜଣାପଡ଼ିଛି, ଅଭିନେତାଙ୍କ ଛାତିରେ ହଠାତ୍ ଯନ୍ତ୍ରଣା ହୋଇଥିଲା ଏବଂ ସେ ବିଚଳନ ଅନୁଭବ କରିଥିଲେ ।

ଅଭିନେତା ତଥା ନେତା ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ । ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଆଡ୍ମିଟ କରାଯାଇଛି । ସୂତ୍ରରୁ ଜଣାପଡ଼ିଛି, ଅଭିନେତାଙ୍କ ଛାତିରେ ହଠାତ୍ ଯନ୍ତ୍ରଣା ହୋଇଥିଲା ଏବଂ ସେ ବିଚଳନ ଅନୁଭବ କରିଥିଲେ । ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଜଲ୍ଦି ସୁସ୍ଥ ହେବା ନେଇ ଫ୍ୟାନ୍ମାନେ ପ୍ରାର୍ଥନା କରୁଛନ୍ତି ।
୭୩ ବର୍ଷୀୟ ଏହି ଅଭିନେତା ଶନିବାର ସକାଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ସାମାନ୍ୟ ଅସ୍ଥିରତା ମଧ୍ୟ ଅନୁଭବ ହୋଇଥିଲା । ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପୂର୍ବରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ଅଛି, ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।
ସୂଚନାଥାଉ କି, ନିକଟରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ସମ୍ମାନଜନକ ପଦ୍ମଭୂଷଣ ସମ୍ମାନ ମିଳିଥିଲା । ଏଥିରେ ସମ୍ମାନିତ ହେବା ପରେ ସେ ଖୁସିବ୍ୟକ୍ତ କରି କହିଥିଲେ, ‘ଏହି ପୁରସ୍କାର ପାଇ ମୁଁ ଖୁସି ଅଛି । ମୁଁ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଦେବାକୁ ଚାହୁଁଛି । ମୁଁ କେବେ କାହାକୁ ନିଜ ପାଇଁ କିଛି ମାଗିନାହିଁ । ବିନା ମଗାରେ କିଛି ପାଇବାର ବହୁତ ଖୁସି ଅନୁଭବ ହେଉଛି । ଏହି ଅତ୍ୟନ୍ତ ଅଦ୍ଭୁତ ଏବଂ ଭିନ୍ନ ଅନୁଭବ । ମୋତେ ବହୁତ ଅଧିକ ଭଲ ଲାଗୁଛି’ ।