ଭୁବନେଶ୍ୱରରେ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ମରଶରୀର, ଶଙ୍ଖ ଭବନରେ ଦଳୀୟ ନେତା ଓ କର୍ମୀ କରିବେ ଶେଷ ଦର୍ଶନ

ଅନ୍ତିମ ଯାତ୍ରାରେ ଖଲ୍ଲିକୋଟ ରାଜମାତା ଭି. ସୁଜ୍ଞାନ କୁମାରୀ ଦେଓ । ଚେନ୍ନାଇରୁ ପାର୍ଥିବ ଶରୀରକୁ ଭୁବନେଶ୍ବରରେ ଅଣାଯାଇଛି । ସେଠାରୁ ମର ଶରୀରକୁ ନିଆଯିବ ଶଙ୍ଖ ଭବନ । ଦଳୀୟ ନେତା ଓ କର୍ମୀ ତାଙ୍କର ଶେଷ ଦର୍ଶନ କରିବେ । ଦିବଂଗତ ନେତ୍ରୀଙ୍କୁ ଜଣାଇବେ ଶେଷ ଶ୍ରଦ୍ଧାଞ୍ଜଳି ।

ଭୁବନେଶ୍ୱର (କେନ୍ୟୁଜ): ଅନ୍ତିମ ଯାତ୍ରାରେ ଖଲ୍ଲିକୋଟ ରାଜମାତା ଭି. ସୁଜ୍ଞାନ କୁମାରୀ ଦେଓ । ଚେନ୍ନାଇରୁ ପାର୍ଥିବ ଶରୀରକୁ ଭୁବନେଶ୍ବରରେ ଅଣାଯାଇଛି । ସେଠାରୁ ମର ଶରୀରକୁ ନିଆଯିବ ଶଙ୍ଖ ଭବନ । ଦଳୀୟ ନେତା ଓ କର୍ମୀ ତାଙ୍କର ଶେଷ ଦର୍ଶନ କରିବେ । ଦିବଂଗତ ନେତ୍ରୀଙ୍କୁ ଜଣାଇବେ ଶେଷ ଶ୍ରଦ୍ଧାଞ୍ଜଳି । ଏହାପରେ ପାର୍ଥିବ ଶରୀରକୁ ନିଆଯିବ ବିଧାନସଭା । ସେଠାରେ ଗାର୍ଡ ଅଫ ଅନର ଦିଆଯିବ । ତାପରେ ଖଲ୍ଲିକୋଟ ଅଭିମୁଖେ ନିଆଯିବ ମରଶରୀର। ଶେଷ ଦର୍ଶନ ପାଇଁ ଆସନ୍ତାକାଲି ଅପରାହ୍ଣ ପର୍ଯ୍ୟନ୍ତ ତାଙ୍କ ବାସଭବନରେ ରହିବ ମର ଶରୀର। ଖଲ୍ଲିକୋଟ ରାଜ ପରିବାରର ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ କରାଯିବ ।

ଗତକାଲି ଚେନ୍ନାଇ ହସ୍ପିଟାଲରେ ୮୭ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଭି. ସୁଜ୍ଞାନ କୁମାରୀ ଦେଓ । ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ବିରାଟ ଶୂନ୍ୟତା ସୃଷ୍ଟି ହୋଇଛି । ସେ ବିଧାୟିକା ଭାବେ ୧୦ ଥର ନିର୍ବାଚିତ ହୋଇଛନ୍ତି। ୮ ଥର ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଓ ୨ ଥର କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ବିଜୁ ପଟ୍ଟନାୟକଙ୍କ ସମୟରୁ ସେ ରାଜନୀତିରେ ଯୋଗ ଦେଇଥିଲେ । ଗଞ୍ଜାମ ରାଜନୀତିରେ ଜଣେ ସମ୍ମାନୀୟ ବ୍ୟକ୍ତିତ୍ବ । କେବଳ ଜଣେ ବିଧାୟିକା ଭାବେ ନୁହେଁ, ଜଣେ ସମାଜସେବୀ ଭାବରେ ତାଙ୍କର ସ୍ବତନ୍ତ୍ର ପରିଚୟ ଥିଲା । ୧୦ ଥରର ବିଧାୟିକା ଥିଲେ ବି କେବେ ମନ୍ତ୍ରୀ ପଦ ପାଇଁ ସୁଜ୍ଞାନଙ୍କ ମୋହ ନଥିଲା ।

 

 

 

Leave A Reply

Your email address will not be published.