ବନ୍ଧା ହେଲେ RTO ଟ୍ରାଫିକ୍ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ର, ମୋଟ୍ ୬.୭୯ ଲକ୍ଷ ଟଙ୍କା ଜବତ
ଜଗତସିଂହପୁର RTO ଟ୍ରାଫିକ୍ ଇନ୍ସପେକ୍ଟର ଗିରଫ । ଟ୍ରାଫିକ୍ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ଟ୍ରାଫିକ ଇନ୍ସପେକ୍ଟରଙ୍କ ଠାରୁ ମୋଟ୍ ୬.୭୯ ଲକ୍ଷ ଟଙ୍କା ଜବତ ହୋଇଛି । କାଲି ୪.୩୪ ଲକ୍ଷ ଟଙ୍କା ସହ ଧରାପଡ଼ିଥିଲେ ଟ୍ରାଫିକ ଇନ୍ସପେକ୍ଟର ।

ଭୁବନେଶ୍ୱର (କେନ୍ୟୁଜ): ଜଗତସିଂହପୁର RTO ଟ୍ରାଫିକ୍ ଇନ୍ସପେକ୍ଟର ଗିରଫ । ଟ୍ରାଫିକ୍ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ଟ୍ରାଫିକ ଇନ୍ସପେକ୍ଟରଙ୍କ ଠାରୁ ମୋଟ୍ ୬.୭୯ ଲକ୍ଷ ଟଙ୍କା ଜବତ ହୋଇଛି । କାଲି ୪.୩୪ ଲକ୍ଷ ଟଙ୍କା ସହ ଧରାପଡ଼ିଥିଲେ ଟ୍ରାଫିକ ଇନ୍ସପେକ୍ଟର ।
ସୂଚନା ଅନୁସାରେ ଗତକାଲି ଗାଡ଼ିରେ ନଗଦ ଟଙ୍କା ନେଇ ଯାଉଥିବାବେଳେ ଧରାପଡ଼ିଲେ ଜଗତସିଂହପୁର ଆରଟିଓ ଟ୍ରାଫିକ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ର । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ଏହି ରେଡ୍ କରିଥିଲା । ପ୍ରଶାନ୍ତ ଏକ କାର୍ରେ ଭୁବନେଶ୍ବର ଯାଉଥିବା ସମୟରେ, କଟକ ତାରିଣୀ ଛକଠାରେ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ଉପରେ ଅତର୍କିତ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ତାଙ୍କ କାର୍ରୁ ନଗଦ ୪.୨୭ ଲକ୍ଷ ଟଙ୍କା ସିଜ୍ ହୋଇଥିଲା । କୁହାଯାଇଛି ଏହି ଟଙ୍କା ସେ ଲାଞ୍ଚ ନେଇଥିଲେ।