Below header

ରାଜ୍ୟରେ ଖାଲି ପଡିଛି ୪୦ ପ୍ରତିଶତ ପୋଲସି ପଦବୀ : ମହାନିର୍ଦ୍ଦେଶକ

ଭୁବନେଶ୍ବର (କେନ୍ଯୁଜ୍) : ବର୍ତ୍ତମାନ ରାଜ୍ୟରେ ଖାଲି ପଡିଛି ୪୦ ପ୍ରତିଶତ ପୋଲସି ପଦବୀ । ସେଗୁଡିକ ଖୁବ ଶୀଘ୍ର ପୁରଣ ହେବ। ବିଜୁ ପଟ୍ଟନାୟକ ପୋଲିସ ଏକାମେଡୀରୁ ଉତ୍ତୀର୍ଣ୍ଣ ହୋଇଥିବା ସବ ଇନ୍‌ ସ୍ପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ ଅବସରରେ ଏହି ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ। ଆଜିର ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟପାଳ ।

si

ଭୁବନେଶ୍ୱର ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ଦୀକ୍ଷାନ୍ତ ସମାରୋହ। ଉତ୍ତୀର୍ଣ୍ଣ ହେଲେ ୬୦୩ଜଣ ସବ-ଇନସପେକ୍ଟର । ପ୍ରଥମ ଥର ପାଇଁ ଏକାଡେମୀରୁ ଏତେ ସଂଖ୍ୟାରେ ସବ୍‌ ଇନ୍‌ସ୍ପେକ୍ଟର ଉତୀର୍ଣ୍ଣ ହୋଇଛନ୍ତି। ଦୁଇବର୍ଷ ଧରି ଏମାନେ ତାଲିମ ନେଉଥିଲୋ ସଚ୍ଚୋଟ ଅଫିସର ହେବା ସହ ଲୋକାମଭିମୁଖୀ କାମ କରିବାକୁ ସମସ୍ତଙ୍କୁ ଉପଦେଶ ଦେଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଆଗକୁ ନିର୍ବାଚନ ଥିବାରୁ ଏହି ଅଫିସରମାନେ ବିଭିନ୍ନ ଜିଲ୍ଲାରେ ନିୟାଜିତ ହେବେ। ମାଓପ୍ରବଣ ଜିଲ୍ଲା ଓ କମିଶନରେଟ ପୋଲିସରେ ମଧ୍ୟ କିଛି ଅଫିସର କାର୍ଯ୍ୟ କରିବେ।

ରାଜ୍ୟରେ ଆହୁରି ୪୦ପ୍ରତିଶତ ପୋଲିସ ପଦବି ଖାଲି ରହିଛି । ଖୁବ ଶିଘ୍ର ଏହାକୁ ପୁରଣ କରାଯିବ ବୋଲି ପୋଲିସ ଡିଜି କହିଛନ୍ତି । ସେପଟେ  ଉର୍ତ୍ତିଣ୍ଣ ହେବା ପରେ ନିଷ୍ଠାର ସହ କାଯ୍ୟର୍ ତୁଲାଇବାକୁ କହିଛନ୍ତି ସମସ୍ତ ପୋଲିସ ଅଧିକାରୀା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.