ଜଗା-ବଳିଆଙ୍କୁ ଚିକିତ୍ସା ଜାରି ରଖିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି   

ଭୁବନେଶ୍ବର (କେନ୍ଯୁଜ୍) : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ. ପି. ନଡ୍ଡାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ଦିଲ୍ଲୀ ଏମ୍‌ସରେ ଯାଆଁଳା ଭାଇ ଜଗା-ବଳିଆଙ୍କୁ ଚିକିତ୍ସା ଜାରି ରଖିବା ପାଇଁ ସେ ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି, ଏମ୍‌ସରେ ଭଲ ଚିକିତ୍ସା ସୁବିଧା ଉପଲବ୍ଧ । ତେଣୁ ଦିଲ୍ଲୀ ଏମସରେ ଚିକିତ୍ସା ଜାରି ରହିଲେ ଦୁହିଁଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ସେମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଉଛନ୍ତି । ଘରେ ରହିବା ପାଇଁ ସଂପୂର୍ଣ୍ଣ ଫିଟ୍‌ ହେବା ଯାଏଁ ଜଗା-ବଳିଆଙ୍କୁ ଦିଲ୍ଲୀ ଏମସରେ ଚିକିତ୍ସା ଜାରି ରଖିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।

cm letter (3)

କନ୍ଧମାଳ ଜିଲ୍ଲା ମିଲୁପଡ଼ାର ଯାଆଁଳା ଭାଇ ଜଗା-ବଳିଆଙ୍କ ଗତ ବର୍ଷ ଦିଲ୍ଲୀ ଏମସରେ ବିରଳ ଅସ୍ତ୍ରୋପଚାର କରାଯାଇ ଯୋଡ଼ାମୁଣ୍ଡକୁ ଅଲଗା କରାଯାଇଥିଲା । ସେବେଠାରୁ ଦୁଇ ଭାଇ ଏମସରେ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ସମୀକ୍ଷା ପାଇଁ ନିୟମିତ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶେଷଜ୍ଞ ଟିମ ଦିଲ୍ଲୀ ପଠାଯାଉଛି । ଦୁଇ ଭାଇ ଏଯାଏଁ ଘରୋଇ ସେବାଯତ୍ନରେ ରହିବା ପାଇଁ ଫିଟ୍‌ ହୋଇନାହାନ୍ତି ।

cm letter (1)

ଏନେଇ ରାଜ୍ୟ ସରକାରଙ୍କ ଅନୁରୋଧ ସତ୍ତ୍ୱେ ନ୍ୟୁରୋଲୋଜି ବିଭାଗ ପକ୍ଷରୁ ଜଗା-ବଳିଆଙ୍କୁ ଦିଲ୍ଲୀ ଏମସରୁ ଡିସଚାର୍ଜ କରିବା ପାଇଁ ଚାପ ପକାଯାଉଛି । ତେଣୁ  ଦୁଇ ଭାଇ ସଂପୂର୍ଣ୍ଣ ଫିଟ୍‌ ହେବା ଯାଏ ଏମସରେ ସେମାନଙ୍କ ଚିକିତ୍ସା ଜାରି ରଖିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.