Below header

ଖୁବ୍‌ଶୀଘ୍ର ଖୋଲିବ ରାଜ୍ୟରେ ଥିବା ବିଭିନ୍ନ ଧର୍ମାନୁଷ୍ଠାନ, ପ୍ରକ୍ରିୟା ଆରମ୍ଭ ହୋଇଥିବାର କହିଲେ ମୁଖ୍ୟ ଶାସନ ସଚିବ

କେନ୍ୟୁଜ୍(ବ୍ୟୁରୋ):  ପୁରୀ ଶ୍ରୀମନ୍ଦିର ପରେ ଖୁବ୍‌ଶୀଘ୍ର ଖୋଲିବ ରାଜ୍ୟରେ ଥିବା ବିଭିନ୍ନ ଧର୍ମାନୁଷ୍ଠାନ । ଧର୍ମପୀଠ ଖୋଲିବା ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଏନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ଅସିତ ତ୍ରିପାଠୀ । ବିଭିନ୍ନ ଜିଲ୍ଲାରେ ଥିବା ଧର୍ମପୀଠ ଖୋଲାଯିବ । ଜିଲ୍ଲାସ୍ତରୀୟ ନିଷ୍ପତ୍ତି ନେବାକୁ କ୍ଷମତା ଦିଆଯାଇଛି । ନିଜ ଜିଲ୍ଲାରେ ଧର୍ମାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ କ୍ଷମତା ଦେଇଛନ୍ତି । ଏନେଇ ମନ୍ଦିର ପ୍ରଶାସକ ଓ ବିଭିନ୍ନ କମିଟି ସହ ଆଲୋଚନା କରାଯିବ ।

କୋଭିଡ୍‌ ସ୍ଥିତି ଦେଖି ସେମାନେ ମନ୍ଦିର ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେବେ । ଆଲୋଚନା ପରେ SOP ଜାରି କରାଯିବ । କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ କରାଯାଇ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ । ମନ୍ଦିର ଖୋଲିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଦେବୋତ୍ତର କମିଶନଙ୍କ ଭୁବନେଶ୍ୱର ନିରୀକ୍ଷକ ନିରଜ ଛୋଟରାୟ । ସେ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମୋଡାଲିଟିଜ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଛି। କେମିତି ମନ୍ଦିର ଖୋଲିବେ ସେନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ମନ୍ଦିର ଖୋଲିବା ପାଇଁ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.