Below header

ଭକ୍ତଙ୍କ ଦର୍ଶନ ଦେବ ମା‘, ନୂଆ ବର୍ଷରୁ ଖୋଲିବ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ମନ୍ଦିର

ସମ୍ବଲପୁର(କେନ୍ୟୁଜ୍): ନୂଆ ବର୍ଷରୁ ଖୋଲିବ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ମନ୍ଦିର । ଏନେଇ ଆଜି ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ପୂଜକ, ଟ୍ରଷ୍ଟ ବୋର୍ଡ ସଦସ୍ୟକୁ ନେଇ ବୈଠକ ବସିଥିଲା।

ବୈଠକରେ କୋଭିଡ ସ୍ଥିତିକୁ ନେଇ ଆଲୋଚନା ହେବା ସହ ବର୍ତ୍ତମାନ ମନ୍ଦିର ଭିତରେ ଲାଇଟ ଓ ସାଉଣ୍ଡ କାର୍ଯ୍ୟ ଜାରି ରହିଥିବାରୁ ଭକ୍ତଙ୍କ ସୁରକ୍ଷାକୁ ନେଇ ଏହି ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ । ଅନ୍ୟପଟେ ମନ୍ଦିର ଖୋଲିବା ପରେ ପ୍ରଥମେ ସ୍ଥାନୀୟ ଅଞ୍ଚଳର ଭକ୍ତଙ୍କୁ ମାଙ୍କ ଦର୍ଶନ ପାଇଁ ଅଗ୍ରାଧିକାର ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.