Below header

ଭଦ୍ରକରୁ ୨ଟି ବେଆଇନ ଗୋରୁ ବୋଝେଇ ପିକଅପ୍‌ ଭ୍ୟାନ୍‌ ଜବତ, ୪୦ରୁ ଅଧିକ ଗୋରୁ ଥିବା ସୂଚନା

ଭଦ୍ରକ: ଭଦ୍ରକରେ ପୁଣି ଗୋରୁ ବୋଝେଇ ଗାଡି ଜବତ। ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲରୁ କୋଲକତା ଯାଉଥିବା ୨ଟି ବେଆଇନ ଗୋରୁ ବୋଝେଇ ପିକଅପ୍‌ ଭ୍ୟାନ୍‌ ଜବତ। ୨ଟି ପିକଅପ୍‌ ଭ୍ୟାନରେ ୪୦ରୁ ଅଧିକ ଗୋରୁ ଥିବା ସୂଚନା ମିଳିଛି।

ଆଉ ୨ଟି ଗାଡି ଖସି ପଳାଇଛି। ବେଆଇନ ଭାବେ ଗୋରୁ ବୋଝେଇ କରି ଗାଡି ୪ଟି ଯାଉଥିବାବେଳେ ଗେଲପୁର ଛକ ନିକଟରେ ସ୍ଥାନୀୟ ବାସିନ୍ଦା ଅଟକାଇଥିଲେ। ତେବେ ୨ଟି ଗାଡି ଖସି ପଳାଇ ଯାଇଥିବାବେଳେ ଅନ୍ୟ ୨ଟି ଗାଡିକୁ ପୋଲିସ ଜବତ କରିବା ସହ ଗୋରୁ ମାନଙ୍କୁ ମଇଦାପୁୁର ନିକଟସ୍ଥ ଗୋଶାଳାରେ ଛଡାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.