ମହାକାଳପଡ଼ା ଓରତଘାଟ କୁମାରୁଣୀ ଛକ ନିକଟରେ ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ୍, ୧୧ ଯାତ୍ରୀ ଆହତ
ମହାକାଳପଡ଼ା: ଭାରସାମ୍ୟ ହରାଇ ଓଲଟିଲା ବସ୍। ମହାକାଳପଡ଼ା ଓରତଘାଟ କୁମାରୁଣୀ ଛକ ନିକଟରେ ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୧୧ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ସେମାନଙ୍କୁ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କୁ ପ୍ରଥମେ ମହାକାଳପଡ଼ା ଓ ପରେ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଗୌରୀଶଙ୍କର ନାମକ ଏକ ଯାତ୍ରୀବାହୀ ବସ୍ ମାହାକାଳପଡାରୁ କେନ୍ଦ୍ରାପଡ଼ା ଯାଉଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ବସ୍ରେ ମୋଟ ୨୫ଜଣ ଯାତ୍ରୀ ଥିଲେ।