Below header

ପୁଣି ଫେରୁଛି ମହାମାରୀ: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ମାର୍ଚ୍ଚ ମାସ ପାଇଁ କୋଭିଡ୍‌ ନିୟମ ଜାରି, ଜାଣନ୍ତୁ କ’ଣ

ମୟୂରଭଞ୍ଜ: ପୁଣି ଫେରୁଛି କରୋନା ମହାମାରୀ । ଯାହାକୁ ନେଇ ରାଜ୍ୟ ସରକାର କୋଭିଡ୍‌ ନିୟମକୁ କଡାକଡି କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ମଧ୍ୟ ମାର୍ଚ୍ଚ ମାସ ପାଇଁ କୋଭିଡ୍‌ ନିୟମ ଜାରି କରିବା ସହ କଟକଣା କଡାକଡି କରିଛନ୍ତି । ଜିଲ୍ଲାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଥିବା ବେଳେ ସାମାଜିକ ଦୂରତା ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଛନ୍ତି ଜିଲ୍ଲାପାଳ ।

ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ୭ ଦିନ ଘରୋଇ ସଂଗରୋଧରେ ରହିବାକୁ ନିୟମ କରାଯାଇଛି। ସବୁ ସ୍ତରରେ ସଚେତନତାର ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ କରାଯାଇଛି । ଏନ୍‌ଫୋର୍ସମେଣ୍ଟକୁ ମଧ୍ୟ ଜୋରଦାର କରିଛି ଜିଲ୍ଲା ପ୍ରଶାସନ। କୋଭିଡ୍‌ ନିୟମ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ନିୟମ ଖିଲାପକାରୀ ବ୍ୟବସାୟୀ ପ୍ରତିଷ୍ଠାନ ସିଲ୍‌ କରାଯିବା ସହ ମାସ୍କ ଚେକିଂକୁ ମଧ୍ୟ କଡାକଡି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.