ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଭଡ଼ା ଘରୁ ୧ଲକ୍ଷ ୧୫ ହଜାର ଟଙ୍କା ଜବତ
ଭିଜିଲାନସ ଜାଲରେ JE। ମାଲକାନଗିରି ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତିଙ୍କ ଘର ଓ କାର୍ଯ୍ୟାଳୟରେ ଏକକାଳୀନ ଚଢାଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ରେଡ୍ ଚାଲିଛି।

ମାଲକାନଗିରି: ଭିଜିଲାନ୍ସ ଜାଲରେ JE। ମାଲକାନଗିରି ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତିଙ୍କ ଘର ଓ କାର୍ଯ୍ୟାଳୟରେ ଏକକାଳୀନ ଚଢାଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ରେଡ୍ ଚାଲିଛି। ମାଲକାନଗିରି ସ୍ଥିତ କାର୍ଯ୍ୟାଳୟ ଓ ଭଡ଼ା ଘରେ ଚଢାଉ କରାଯାଉଛି। ଚଢାଉ ବେଳେ ଭଡ଼ା ଘରୁ ୧ଲକ୍ଷ ୧୫ ହଜାର ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ। ବାଲେଶ୍ବର, ଜଳେଶ୍ବର ଓ ଭୁବନେଶ୍ବରରେ ମଧ୍ୟ ରେଡ୍ ଜାରି ରହିଛି। ଜଳେଶ୍ବରରେ ୩ ମହଲା କୋଠା ଓ ଭୁବନେଶ୍ବର ରଘୁନାଥପୁରରେ ରହିଛି ଫ୍ଲାଟ୍। ଜଣେ ଅତିରିକ୍ତ SP, ୩ DSP, ୮ ଇନ୍ସପେକ୍ଟର, ୮ ASI ଚଢ଼ାଉରେ ସାମିଲ ଅଛନ୍ତି