ଆରବ ସାଗରରେ ଭାରତୀୟ ନୌସେନାର ଶୋର୍ଯ୍ୟ: ୨୪ ଘଣ୍ଟାରେ ଜଳଦସ୍ୟୁଙ୍କ ଠାରୁ ଉଦ୍ଧାର କଲା ୧୯ ପାକିସ୍ତାନୀ ସହ ୨ଟି ଜାହାଜ

ଆରବ ସାଗରରେ ଭାରତୀୟ ନୌସେନାର ପରାକ୍ରମ ଦେଖିବାକୁ ମିଳିଛି । ଭାରତୀୟ ନୌସେନା ଗତ ୨୪ ଘଣ୍ଟା ମଧ୍ୟରେ ଆରବ ସାଗରରେ ୨ଟି ଜାହାଜକୁ ଜଳଦସ୍ୟୁଙ୍କ ପାଖରୁ ଉଦ୍ଧାର କରିଛି । ୧୯ ଜଣ ପାକିସ୍ତାନୀଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା ।

ଆରବ ସାଗରରେ ଭାରତୀୟ ନୌସେନାର ପରାକ୍ରମ ଦେଖିବାକୁ ମିଳିଛି । ଭାରତୀୟ ନୌସେନା ଗତ ୨୪ ଘଣ୍ଟା ମଧ୍ୟରେ ଆରବ ସାଗରରେ ୨ଟି ଜାହାଜକୁ ଜଳଦସ୍ୟୁଙ୍କ ପାଖରୁ ଉଦ୍ଧାର କରିଛି । ୧୯ ଜଣ ପାକିସ୍ତାନୀଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା । ସୋମାଲି ଜଳଦସ୍ୟୁ ୧୯ ଜଣ ପାକିସ୍ତାନୀଙ୍କୁ ଅପହରଣ କରି ନେଇଥିଲେ । ଇରାନ ପତାକା ଲାଗିଥିବା ଏକ ମାଛଧରା ବୋଟରେ ୧୯ ଜଣ ପାକିସ୍ତାନୀ ଥିଲେ । ସୋମାଲିଆ ପୂର୍ବ ଉପକୂଳରୁ ଏମାନଙ୍କୁ ଅପରହଣ କରି ନେଇଥିଲେ ଜଳ ଦସ୍ୟୁ । ଭାରତୀୟ ନୌସେନା ପକ୍ଷରୁ ଜାନୁଆରୀ ୨୮ ଓ ୨୯ରେ ଆରବ ସାଗରରେ ୨ଟି ଜାହାଜକୁ ହାଇଜ୍ୟାକ୍ ହେବାରୁ ରକ୍ଷା କରିଛି ।

୧୧ ଜଣ ଜଳଦସ୍ୟୁ ବୋଟ ସହ ପାକିସ୍ତାନୀ କ୍ରିୟୁ ସଦସ୍ୟଙ୍କୁ ଅପହରଣ କରି ନେଇଥିଲେ । ସୂଚନା ପାଇବା ପରେ ଭାରତୀୟ ନୌସେନା ଜାହାଜ ଆଇଏନଏସ ସୁମିତ୍ରା ଆଣ୍ଟି-ପାଇରାସି ଅପରେସନ କରିଥିଲା । ବୋଟ୍ ସହ ସମସ୍ତ ୧୯ ଜଣ ପାକିସ୍ତାନୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ଭାରତୀୟ ନୌସେନା ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଚଳିତ ମାସରେ ଭାରତୀୟ ନୌସେନା ସୋମାଲି ଜଳଦସ୍ୟୁଙ୍କ ଠାରୁ ମାଛ ଧରିବାକୁ ଯାଇଥିବା ଜାହାଜକୁ ଉଦ୍ଧାର କରିଥିଲା । ଏହାପୂର୍ବରୁ ୫ ଜାନୁଆରୀରେ ମଧ୍ୟ ଏକ ଜାହାଜକୁ ଉଦ୍ଧାର କରିଥିଲା । ସେଥିରେ ୧୫ ଜଣ ଭାରତୀୟ ନାଗରିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.