ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା, ୟୁନିଭରସିଟିରୁ ଗାୟବ ହୋଇଥିଲେ ଛାତ୍ର
ଆମେରିକାର ଇଣ୍ଡିଆନା ସ୍ଥିତ ପର୍ଡୁ ୟୁନିଭରସିଟିରେ ପଢୁଥିବା ଭାରତୀୟ ଛାତ୍ର ନୀଲ ଆଚାର୍ଯ୍ୟଙ୍କ ମୃତ୍ୟୁ । ନୀଲ ୟୁନିଭରସିଟି କ୍ୟାମ୍ପସରୁ ରବିବାର ଦିନ ନିଖୋଜ ହୋଇଥିବା ସୂଚନା ପୋଲିସ ନିକଟରେ ହୋଇଥିଲା । ରବିବାର ସକାଳ ୧୧.୩୦ ମିନିଟରେ ପଶ୍ଚିମ ଲଫାୟେଟର ୫୦୦ ଏଲିସନ ରୋଡରେ ଏକ ମୃତଦେହ ମିଳିଥିଲା ।

ଆମେରିକାରେ ଗତ ୨ଦିନ ଭିତରେ ଦୁଇ ଭାରତୀୟ ଛାତ୍ରଙ୍କ ହତ୍ୟା ଖବର ସାମ୍ନାକୁ ଆସିଛି । ନିକଟରେ ଏକ ଦୋକାନରେ ଭାରତୀୟ ଛାତ୍ର ବିବେକ ସୋନୀଙ୍କୁ କେହି ଜଣେ ଦୁର୍ବୃତ୍ତ ହତ୍ୟା କରିଥିବା ବେଳେ ଏବେ ଆଉ ଜଣେ ଛାତ୍ରକୁ ହତ୍ୟା କରିଥିବା ଖବର ମିଳିଛି । ଆମେରିକାର ଇଣ୍ଡିଆନା ସ୍ଥିତ ପର୍ଡୁ ୟୁନିଭରସିଟିରେ ପଢୁଥିବା ଭାରତୀୟ ଛାତ୍ର ନୀଲ ଆଚାର୍ଯ୍ୟଙ୍କ ମୃତ୍ୟୁ ହୋଇଥିବା ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି । ନୀଲ ୟୁନିଭରସିଟି କ୍ୟାମ୍ପସରୁ ରବିବାର ଦିନ ନିଖୋଜ ହୋଇଥିବା ସୂଚନା ପୋଲିସ ନିକଟରେ ହୋଇଥିଲା ।
ପୋଲିସ ଅଧିକାରୀଙ୍କ କହିବା ମୁତାବକ, ରବିବାର ସକାଳ ୧୧.୩୦ ମିନିଟରେ ପଶ୍ଚିମ ଲଫାୟେଟର ୫୦୦ ଏଲିସନ ରୋଡରେ ଏକ ମୃତଦେହ ମିଳିଥିଲା । ଯାଞ୍ଚ କରିବା ପରେ ଏହା ଜଣେ କଲେଜ ଛାତ୍ରଙ୍କର ବୋଲି ଜାଣିବାକୁ ମିଳିଥିଲା । ମୃତକଙ୍କ ପରିଚୟ ଭାରତୀୟ ଛାତ୍ର ନୀଲ ଆଚାର୍ଯ୍ୟ ବୋଲି ପୋଲିସ ଜଣାପଡିଥିଲା ।
ମୃତ ନୀଲ ଆଚାର୍ଯ୍ୟ ପର୍ଡୁ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ସାଇନ୍ସ ଏବଂ ଡାଟା ସାଇନ୍ସରେ ପାଠ ପଢୁଥିଲେ । ସେ ନିଖୋଜ ହୋଇଯାଇଥିବା ନେଇ ସୂଚନା ତାଙ୍କ ମା’ ଏକ୍ସରେ ପୋଷ୍ଟ ସେୟାର କରିଥିଲେ ଆଉ ପୁଅକୁ ଖୋଜି ଆଣିବାକୁ କହିଥିଲେ । ତେବେ ନୀଲଙ୍କ ମୃତ୍ୟୁ କେମିତି ହେଲା ଏହାକୁ ନେଇ ପୋଲିସ ଯାଞ୍ଚ କରିବାରେ ଲାଗିଛି ।
ଏହା ପୂର୍ବରୁ ଆମେରିକାରେ ଲିଥେନିୟା ସହରର ଜର୍ଜିଆରେ ଥିବା ଏକ ପରିତ୍ୟକ୍ତ ଘରେ ୨୫ ବର୍ଷୀୟ ଭାରତୀୟ ଛାତ୍ରକୁ ପିଟିପିଟି ହତ୍ୟା କରାଯାଇଥିଲା । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଥିଲେ । ପୋଲିସ ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରିଥିଲା ।