Below header

ଭିଜିନାନ୍ସ ଜାଲରେ ନୂଆପଡା ଖଡିଆଳ ବନବିଭାଗ ରେଞ୍ଜର, ଏକା ସାଙ୍ଗରେ ୬ଟି ସ୍ଥାନରେ ଚଢାଉ ଜାରି

ନୂଆପଡା: ଆୟବହିର୍ଭୂତ ଠୁଳ ଅଭିଯୋଗରେ ଆଜି ନୂଆପଡା ଜିଲ୍ଲା ଖଡିଆଳ ବନବିଭାଗ ରେଂଜର ସଢାନନ ସୁନାନୀଙ୍କ ସରକାରୀ ବାସଭବନରେ ଭିଜିନାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି । ଏଥିସହ ରେଂଜର ସଢାନନ ସୁନାନୀଙ୍କ ସରକାରୀ ବାସଭବନ ସମେତ ସରକାରୀ କାର୍ଯ୍ୟାଳୟ ,ତାଙ୍କ ପୈତୃକ ଗାଁ ନିଲଜି ସ୍ଥିତ ବାସଭବନ,ନେହେନା ଗାଁରେ ତାଙ୍କ ଭାଇଙ୍କ ବାସଭବନ ଓ ରାୟଗଡାରେ ତାଙ୍କ ଜ୍ୱାଇଁଙ୍କ ଘରେ ଏକକାଳିନ ଚଢାଉ ଜାରି ରହିଛି ।

ଜୟପୁର ଭିଜିଲାନ୍ସ ବିଭାଗର ଡିଏସପି ସୁଶାନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ନୂଆପଡା,ଭବାନୀପାଟଣା ଓ ଜୟପୁରଭିଜିଲାନ୍ସ ବିଭାଗର ୪ଟି ଟିମ ୬ଟିସ୍ଥାନରେ ଚଢାଉ ଜାରି ରଖିଛନ୍ତି । ଏହି ଚଢାଉ କ୍ରମେ ରେଂଜର ସଢାନନ ସୁନାନୀଙ୍କ ପୈତୃକ ଗାଁ ନିଲଜି ବାସଭବନରେ ୨ମହଲା ବିଶିଷ୍ଟ ୨ଟି କୋଠାଘର,ନେହେନା ଗାଁରେ ଗୋଟିଏ କୋଠାଘର,ଗୋଟିଏ ବୁଲେରୋ ଗାଡି ଓ ଜାଇଲୋ ଗାଡି,ଟ୍ରାକ୍ଟର ଓ ମୋଟର ସାଇକେଲ, ନଗଦ ଟଙ୍କା ଓ ସୁନାଗହଣା ସହ ଭିଭିନ୍ନ ବ୍ୟାଙ୍କର ପାସବୁକ ଠାବ କରାଯାଇଥିବା ଭିଜିଲାନ୍ସ ବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତଦନ୍ତ ଶେଷପରେ ଚଢାଉର ସଠିକ ଆକଳନ ଜଣାପଡିବ ବୋଲି ଜୟପୁର ଭିଜିଲାନ୍ସ ବିଭାଗ ଡିଏସପି ସୁଶାନ୍ତ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.