Below header

ହ୍ଵିସିଲ୍‌ ବଜାଇ ‘ଏ ମେରେ ଜୋହରଜବି’ ଗୀତ ଗାଇଲେ ବ୍ୟକ୍ତି, ଶୁଣିଲେ ଆପଣ ବି କହିବେ ବାଃ ବାଃ; ଦେଖନ୍ତୁ ଭିଡିଓ

ହ୍ଵିସିଲ୍‌ ବଜାଇବା ଏକ କଳା। କିଏ ଏହାକୁ ଝିଅଙ୍କୁ କମେଣ୍ଟ ମାରି ଖରାପ ଅର୍ଥରେ ବ୍ୟବହାର କରେ ତ ଆଉ କିଏ ଏହାକୁ ପ୍ରଦର୍ଶନ କରି ପ୍ରଶଂସା ସାଉଁଟେ। ଏବେ ସେଭଳି ଜଣେ ବ୍ୟକ୍ତି ସିଟି ବଜାଇ ଲୋକପ୍ରିୟତା ହାସଲ କରିଛନ୍ତି। ବ୍ୟକ୍ତିଙ୍କ ହ୍ଵିସିଲ ବଜାଇବା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେ ରାତାରାତି ଷ୍ଟାର ପାଲଟିଯାଇଛନ୍ତି। ମହାରାଷ୍ଟ୍ରର ଏହି ଆର୍ଟିଷ୍ଟ ଖୁବ୍‌ ସୁନ୍ଦର ଭାବେ ହ୍ଵିସିଲ ବଜାଉଛନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆର୍ଟିଷ୍ଟ ଜଣକ ସିଟି ବଜାଇ ‘ଏ ମେରି ଜୋହରଜବି’ ଗୀତକୁ ଗାଇଛନ୍ତି।

ଦେଖନ୍ତୁ ଭିଡିଓ:

ଏହି ଭିଡିଓକୁ ଟ୍ଵିଟର ୟୁଜର @dayakamPR ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି, ଔରଙ୍ଗାବାରର ଆର୍ଟିଷ୍ଟ ଯୁବରାଜ ପଟେଲ ସିଟି ବଜାଇ ‘ଏ ମେରେ ଜୋହରଜବି ତୁଝେ ମାଲୁମ ନେହିଁ’ ଗୀତ ଗାଇଛନ୍ତି। ଖବର ଲେଖାଯିବ ପର୍ଯ୍ୟନ୍ତ ଏହି ଭିଡିଓକୁ ଦେଢ଼ ହଜାରରୁ ଅଧିକ ଲୋକ ଦେଖିଥିବା ବେଳେ ଶତାଧିକ ଲାଇକ୍‌ ମିଳିଛି।

କିଛି ସୋସିଆଲ ମିଡିଆ ୟୁଜର ମଧ୍ୟ ଯୁବରାଜଙ୍କର ଏହି ଗୀତକରୁ ରି-ଟ୍ଵିଟ୍‌ କରି ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.